ନୀଳାଦ୍ରି ବିଜେ ବିଭ୍ରାଟ ପ୍ରସଙ୍ଗ : ୮ ସେବାୟତଙ୍କୁ ପଳାତକ ଘୋଷଣା କଲା ପୁରୀ ପୁଲିସ

33

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବିଶୃଙ୍ଖଳା ପ୍ରସଙ୍ଗରେ ଆଉ ୨ ସେବାୟତଙ୍କୁ ଗିରଫ କରିଛି ପୁଲିସ । ଗିରଫ ସେବାୟତ ମାନେ ହେଲେ ସୂର୍ଯ୍ୟନାରାୟଣ ପୂଜାପଣ୍ଡା ଓ ବୃନ୍ଦାବନ ପୂଜା ପଣ୍ଡା। ଏହା ସହ ୮ ସେବାୟତଙ୍କୁ ପଳାତକ ଘୋଷଣା କରାଯାଇଛି । ପୁରୀ ଏସପି ସାର୍ଥକ ଷଡଙ୍ଗୀ ଏନେଇ ସୂଚନା ଦେଇଛନ୍ତି । ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ଭାଗୀରଥୀ ଖୁଟିଂଆ, ସାଇନାଥ ଖୁଂଟିଆ, କାଶୀନାଥ ଖୁଂଟିଆ,ଇପସୀତ ପ୍ରତିହାରୀ,ଭୀମସେନ ପଲଙ୍କଧାରୀ ଓ ରବିଦାସଙ୍କୁ ପଳାତକ ଘୋଷଣା କରାଯାଇଛି। ଏମାନଙ୍କୁ ଖୋଜିବା ନେଇ ବିିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯିବ ବୋଲି କହିଛି ପୁରୀ ପୁଲିସ।