ଓଡ଼ିଶା ଶାସନରେ ୟୁପି ଷ୍ଟାଇଲ ! ଦାୟିତ୍ୱ ନେବା ପରେ ଆକ୍ସନ ମୁଡରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

44

କନକ ବ୍ୟୁରୋ: ଦାୟିତ୍ୱ ନେବା ପରେ ଆକ୍ସନରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଆଜି ସକାଳୁ ସ୍ୱାସ୍ଥ୍ୟମନ୍ତ୍ରୀ ଅଚାନକ ରାଜ୍ୟର ଅନ୍ୟତମ ପ୍ରମୁଖ ହସପିଟାଲ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ହସ୍ପିଟାଲରେ ସେ ରୋଗୀଙ୍କୁ ଭେଟି ସୁବିଧା ଅସୁବିଧା କଥା ବୁଝିଥିଲେ । ତେବେ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆ ଯାଉନି ବୋଲି ଅଭିଯୋଗ କରିଛନ୍ତି ଚିକିତ୍ସିତ ହେଉଥିବା ରୋଗୀ ।

ଏପରିକି ଔଷଧ କିଣା ନେଇ ବି ରୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହା ସହିତ ରୋଗୀଙ୍କୁ ବାହାରୁ ଦାମିକିଆ ଔଷଧ ଆଣିବା ପାଇଁ ପ୍ରେସକ୍ରିପସନ ଲେଖାଯାଉଥିବାର ଅଭିଯୋଗ ମଧ୍ୟ ହୋଇଛି । ପ୍ରତାପ ଜେନା ହସ୍ପିଟାଲ ଡାକ୍ତରଙ୍କ ସହ ବି ଆଲୋଚନା କରିଛନ୍ତି । ଘରୋଇ ଡ୍ରେସ ପିନ୍ଧି ପ୍ରତାପ ଜେନାଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ ଚର୍ଚ୍ଚାର ବିଷୟ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –