ଦେଶରେ ପୁଣି ଏକ ବଡ ଠକେଇ ଅଭିଯୋଗ ! ଗ୍ରାହକଙ୍କୁ ନେସଲେ କମ୍ପାନୀ ଠକିଛିି ୧୦୦ କୋଟି ଟଙ୍କା?

38

କନକ ବ୍ୟୁରୋ : ବର୍ତମାନ ସମୟରେ ସାରା ଦେଶରେ ଗୋଟିଏ ପରେ ଗୋଟିଏ ଠକେଇ ଧରା ପଡିବାରେ ଲାଗିଛି । ପରିସ୍ଥିତି ଏପରି ହେଲାଣି ଯେ, ଦେଶରେ ଥିବା ବ୍ୟାଙ୍କ ଗୁଡିକ ଦେବାଳିଆ ପରିସ୍ଥିତିକୁ ଚାଲିଆସିଲେଣି । ଅନେକ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ ନିଆଯାଇଛି ଯେଉଁଥି ପାଇଁ ଦେବାଳିଆ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଲୋକ । ତେବେ ପୁଣି ଥରେ ବର୍ତମାନ ସମୟରେ ଏପରି କେ ଖବର ଆସିଛି ଯାହାକୁ ନେଇ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ କିଟକାଟ, ମଞ୍ଚ୍, ମିଲକବାର, କ୍ରଞ୍ଚ, ଟୋଲ୍ ହାଉସ୍ ମାଗି ନୁଡୁଲ୍ସରେ ଟମାଟୋ କେଚଅପସ ଏହି ସବୁ ଉତ୍ପାଦ ଗୋଟିଏ କମ୍ପାନୀର। ଆଜିର ସମୟରେ ଏହି ସବୁ ଖାଉଟି ସାମଗ୍ରୀ ମଧ୍ୟବିତ୍ତ ପରିବାର ମାନଙ୍କରେ ପ୍ରାୟତଃ ଦେଖିବାକୁ ମିଳିବ। ତେବେ ପଢ଼ନ୍ତୁ ଆପଣ ପସନ୍ଦ କରୁଥିବା ସ୍ୱିଜରଲାଣ୍ଡ୍ ଭିତ୍ତିକ ଏହି କମ୍ପାନୀ(ନେସଲେ) କେମିତି ଦେଇଛି ଧୋକା।

 

ନିକଟରେ ଦେଶରେ ସାମଗ୍ରୀ ଓ ସେବା ଟିକସ(ଜିଏସଟି) ଲାଗୁ ହେବା ପରେ ସରକାର ଘୋଷଣା କରିଥିଲେ ଯେଉଁ ସବୁ କମ୍ପାନୀ ଜିଏସଟିରୁ ଅଧିକ ଲାଭ ପାଇବେ ତାହାକୁ ସିଧାସଳଖ ଖାଉଟୀଙ୍କୁ ହସ୍ତାନ୍ତର କରିବେ। ଦରଦାମ୍ ହ୍ରାସ କରି ଜିଏସଟି ସୁବିଧା ଲୋକଙ୍କୁ ଦେବେ। ଏହି ଧାରାରେ ମଝିରେ ଜିଏସଟି ପରିଷଦ ପ୍ରାୟ ୧୬୮ ପ୍ରକାର ସାମଗ୍ରୀରୁ ଜିଏସଟି ହ୍ରାସ କରିଥିଲା। ତେଣୁ ଦରଦାମ୍ ହ୍ରାସ ପାଇବା କଥା। ଏହି ୧୬୮ ପ୍ରକାରର ସାମଗ୍ରୀ ମଧ୍ୟରେ ନେସଲେ ଉତ୍ପାଦ ମଧ୍ୟ ରହିଛି। କିନ୍ତୁ ୧୦ ଟଙ୍କିଆ କିଟକାଟ ୯ ଟଙ୍କା ହୋଇଛି କି ? କ୍ରଞ୍ଜ୍ ଆଉ ମଞ୍ଚ୍ ର ଦାମ୍ କମ୍ ହୋଇଛି କି? ନା, ହୋଇ ନାହିଁ।

 

ଦାମ୍ କମ୍ କରିବାର ଥିଲେ ମଧ୍ୟ ନେସଲେ ଦାମ୍ କମ୍ କରି ନାହିଁ। ଦାମ୍ କମ ନକରି ଏହାର ଭରପୂର ଫାଇଦା ଉଠାଇଛି। ଆଉ ଖୁବ୍ କମ୍ ଦିନ ମଧ୍ୟରେ ପ୍ରାୟ ୧୦୦ କୋଟି ଟଙ୍କା ଅତିରିକ୍ତ ଲାଭ କରିଛି ଯାହାକି ଲୋକଙ୍କୁ ହସ୍ତାନ୍ତର କରିବାର ଥିଲା । ଡାଇରେକ୍ଟର ଜେନେରାଲ୍ ଅଫ୍ ଆଣ୍ଟି ପ୍ରଫିଟିୟରିଂ(ଡିଜିଏପି) ତଦନ୍ତ କରି ଏ ସମ୍ପର୍କରେ ସୁରାକ୍ ପାଇଛି। ନ୍ୟାଶନାଲ୍ ଆଣ୍ଟି ପ୍ରଫିଟିୟରିଂ ଅଥରିଟି(ଏନ୍ଏଏ)କୁ ରିପୋର୍ଟ ମଧ୍ୟ ଦେଇଛି। ତେବେ ନେସଲେ ପକ୍ଷରୁ ଏହାକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦିଆଯାଇ ନାହିଁ।