ଗର୍ଲଫ୍ରେଣ୍ଡର ପ୍ରେମ ଘାରିଦେଲା, ମାମୁଁଘରୁ ଭଣଜା ଚୋରି କଲା! ୧୨ ଲକ୍ଷ ଚୋରି କରି ମାମୁଁଘର ଗଲା ଭଣଜା

89

କନକ ବ୍ୟୁରୋ : ଗର୍ଲଫ୍ରେଣ୍ଡକୁ ଖୁସି କରିବାକୁ ଯାଇ ମାମୁଁଙ୍କୁ ଚୂନା ଲଗାଇଲା ଭଣଜା । ମାମୁଁଙ୍କୁ ଭୁଆଁ ବୁଲାଇ ୧୨ଲକ୍ଷ ଟଙ୍କା ଘରୁ ଲୁଟିନେଇ ଗିରଫ ହୋଇଛି ଭଣଜା । ପ୍ରେମିକାକୁ ଦାମୀ କାର ଉପହାର ଦେବାକୁ ଯାଇ ଭଣଜା ଅଭୟ ମାମୁଁଙ୍କ ସଂସ୍ଥା ପାଇଁ ଥିବା ଟଙ୍କାକୁ ଲୁଟ୍ କରି ଫେରାର ହୋଇଯାଇଥିଲା । ଶେଷରେ କମିଶନରେଟ ପୋଲିସ ହାତରେ ଧରାପଡିଛନ୍ତି ଭଣଜା ।

moneyଗର୍ଲଫ୍ରେଣ୍ଡ ପାଇଁ ମାମୁଁଙ୍କୁ ଚୁନା । ହଜାରେ କି ୨ ହଜାର ନୁହେଁ ପୁରା ୧୨ ଲକ୍ଷର ଚୁନା ଲଗାଇଛି ଭଣଜା । ଗର୍ଲଫ୍ରେଣ୍ଡର ଆବଶ୍ୟକତାକୁ ପୁରଣ କରିବାକୁ ଯାଇ ମାମୁଁକୁ ବି ଛାଡିଲାନି ଭଣଜା । ଅଭିଯୁକ୍ତ ଭଣଜା ଅଭୟ କୁମାର ଶର୍ମା ଓ ତାର ସହଯାଗୀ ଅଭିଶେଷ ଏକ୍କା ମିଶି କରିଥିଲେ ଏହି ଯୋଜନା ବଦ୍ଧ ଲୁଟ୍ । ଏହି ଲୁଟ୍ କୌଣସି ଫିୁଲ୍ମର ଦୃଶ୍ୟ ଠାରୁ କମ୍ ନଥିଲା । ପୁରା ଯୋଜନା ମୁତାବକ ଏକ ଜରୁରୀ କାଳିନ ମିଟଂ ପାଇଁ, ମାମୁଁକୁ ଆସିଥିଲା ଜଣେ ଯୁବତୀଙ୍କ ଫୋନ୍ କଲ୍ । ଫୋନ୍ କଲ୍ ପାଇ ମାମୁଁ ମିଟିଂରେ ବାହାରିଯାଇଥିଲେ । ମାତ୍ର ଏକ ଘଂଟା ଭିତରେ ଏକ ନକଲି ଚାବିରେ ଟଙ୍କା ଭର୍ତି ବ୍ୟାଗକୁ ଗାଏବ କରି ଦେଇଥିଲେ ଭଣଜ।।

୧୨ ଲକ୍ଷ ଟଙ୍କା ଲୁଟର ଶିକାର ହୋଇଥିବା ଲୋକ ହେଉଛନ୍ତି ଅବସରପ୍ରାପ୍ତ କ୍ୟାପଟେନ୍ ପ୍ରକାଶ କୁମାର ଆଚାର୍ଯ୍ୟ । ଜୀବନ କାଳର ସମସ୍ତ କଷ୍ଟ ଉପାର୍ଜିତ ଧନ ଲଗାଇ ଦେଇଛନ୍ତି ଉଦୟଭାନୁ ନାମକ ଏକ ଏନଜିଓରେ । ଫେବୃୟାରୀରେ ଏକ ଏକ୍ସପୋ ପାଇଁ ୧୨ ଲକ୍ଷ ଟଙ୍କା ରଖିଥିଲେ । ଆଉ ସେସବୁ ଟଙ୍କାକୁ ଗର୍ଲଫ୍ରେଣ୍ଡ ସହ ମଉଜ କରିବା ପାଇଁ ନେଇ ଯାଇଥିଲା ଏହି ଅଭିଯୁକ୍ତ ଭଣଜା ଜଣକ । ଗର୍ଲଫ୍ରେଣ୍ଡକୁ ଦାମୀ କାର୍ ଗିଫଟ୍ ଦେବା ମହଙ୍ଗା ପଡିଛି ଏହି ଯୁବକଙ୍କୁ । ମଉଜ କରିବାକୁ ଯାଇ ମାମୁଁକୁ ଚୁନା ଲଗାଇ ନିଜେ ମାମୁଁ ଘରକୁ ଠେଲି ହୋଇଯାଇଛନ୍ତି ଏହି ରଙ୍ଗୀଲା ଭଣଜା ।