ଫ୍ୟାନ୍ସଙ୍କ ଠାରୁ ଝିଅର ଚେହେରା ଲୁଚାଇଲେ ନେହା ଧୁପିୟା, ହେଲେ ଜେଜେ କରିଦେଲେ ସେୟାର । ଦେଖନ୍ତୁ ମେହର ଧୁପିୟା ବେଦୀଙ୍କ ପ୍ରଥମ ଝଲକ

ଫଟୋ ସେୟାର କରି କୁନି ପରୀକୁ ଦୁନିଆକୁ ସ୍ୱାଗତ କରୁଛନ୍ତି ନେହାଙ୍କ ଶ୍ୱଶୁର

484

୧୮ ନଭେମ୍ବରରେ ବଲିଉଡ୍ ଅଭିନେତ୍ରୀ ନେହା ଧୁପିୟା ମା’ ହେଲେ । ସେଥିପାଇଁ ଅଙ୍ଗଦ ବେଦୀ ଘରେ ଖୁସିର ଲହରୀ ଖେଳିଯାଇଛି । ଘରର ସମସ୍ତ ସଦସ୍ୟ ବହୁତ ଖୁସି ଅଛନ୍ତି ଓ କୁନି ପରୀକୁ ଦୁନିଆକୁ ସ୍ୱାଗତ କରୁଛନ୍ତି । ଗତ ଦିନରେ ନେହା ତାଙ୍କ ଝିଅର ପ୍ରଥମ ଝଲକ ସୋଶିଆଲ ମିଡିଆରେ ଦେଖାଇଛନ୍ତି । ନେହା ନିଜ ଝିଅର ପାଦର ଫଟୋ ଉଠାଇ ସେୟାର କରି ଲେଖିଲେ ମେହର ଧୁପିୟା ବେଦୀ ଦୁନିଆକୁ ହ୍ୟାଲୋ କହୁଛି । ଏହି ପୋଷ୍ଟ ଜରିଆରେ ନେହା ନିଜ ଝିଅର ନାଁ ତ ଖୁଲାସା କରିଦେଲେ, କିନ୍ତୁ ତା’ ଚେହେରା ଲୁଚାଇଥିଲେ । ଏହାପରେ ଫ୍ୟାନମାନେ ଝିଅକୁ ଅଭିନନ୍ଦନ ଜଣାଇବା ସହ ଚେହେରା ଦେଖାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି । କିନ୍ତୁ ଫ୍ୟାନ୍ସଙ୍କ ଇଚ୍ଛା ନେହାଙ୍କ ଶ୍ୱଶୁର ପୁରା କଲେ ଓ ନିଜ ନାତୁଣୀର ଏକ ଫଟୋ ସେୟାର କରିଛନ୍ତି ।

ଫଟୋକୁ ଅଙ୍ଗଦ ସିଂହ ବେଦୀଙ୍କ ପିତା ବିଶନ ବେଦୀ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ସେୟାର କରି ନେହାଙ୍କ ଶ୍ୱଶୁର ମେହର ଓ ତାଙ୍କ ବାପା ମା’ ଙ୍କୁ ଆଶୀର୍ବାଦ ଦେଇଛନ୍ତି । ଲେଖିଛନ୍ତି କି, “ମୋର ପ୍ରିୟ ନାତୁଣୀ ମେହର, ତୁମେ ନିଜ ଜେଜେର ଏକ ଲାଇଫଲାଇନ୍ । ତୁମେ ଆମର ଜୀବନକୁ ଆସିଛ, ସେଥିପାଇଁ ଆମେ ବହୁତ ଖୁସି । ଗୁରୁ ନାନକ ସବୁବେଳେ ତୁମ ଉପରେ ନିଜର କୃପା ବର୍ଷା କରନ୍ତୁ । ତୁମକୁ ଏହି ଦୁନିଆକୁ ସ୍ୱାଗତ ।”