ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା: ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ଓ ଏନଡିଆରଏଫ ଟିମ ନିୟୋଜିତ

37

କନକ ବ୍ୟୁରୋ : ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି । ଘଟଣାସ୍ଥଳକୁ ଦୁଇଟି ଟିମ’ର ୧୮ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ପଠାଯାଇଥିବା ଅଗ୍ନିଶମ ଡିଜି ବିନୟ ବେହେରା ସୂଚନା ଦେଇଛନ୍ତି । ତେବେ ୬ଟି ପାୱାର ଲାଇଟ୍ ଲଗାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପ୍ରାଥମିକ ଅବସ୍ଥାରେ ଉଦ୍ଧାର କାର୍ଯ୍ୟବେଳେ ଅନ୍ଧାରିଆ ଯୋଗୁଁ ସମସ୍ୟା ଥିଲା । ତୁରନ୍ତ ଆହତମାନଙ୍କୁ ଫାୟାର ଅଫିସ ଭ୍ୟାନରେ ହସପିଟାଲ ପଠାଯାଇଥିଲା । ଘଟଣାସ୍ଥଳରେ ବ୍ରହ୍ମପୁର ଫାୟାର ଅଫିସର ଭାବଗ୍ରାହୀ ପାଣିଗ୍ରାହୀ ଓ ରାଉରକେଲା ଭବାନିପାଟଣା ସହକାରୀ ଅଗ୍ନିଶମ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା କହିଛନ୍ତି ଅଗ୍ନିଶମ ଡିଜି ।ଏନଡିଆରଏଫର ମଧ୍ୟ ୨ଟି ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତିା