ବିଜେଡି କର୍ମୀଙ୍କ ଦାଦାଗିରି ! ପୁଲିସ୍ ଉପସ୍ଥିତିରେ ଯୁବକଙ୍କୁ ନିସ୍ତୁକ ମାଡ

23

କନକ ବ୍ୟୁରୋ : ନୟାଗଡରେ ବିଜେଡିର ଦାଦାଗିରି । ପୁଲିସ୍ ଉପସ୍ଥିତିରେ ଜଣେ ଯୁବକଙ୍କୁ ନିସ୍ତୁକ ପିଟିଛନ୍ତି ବିଜେଡି କର୍ମୀ । ଯୁବକ ଜଣକ ହେଉଛନ୍ତି ନୟାଗଡ ବିଜେପି ଯୁବମୋର୍ଚ୍ଚା ସଂପାଦକ ସନାତନ ସ୍ୱାଇଁ । ପୁଲିସ୍ ଉପସ୍ଥିତିରେ ତଳେ ପକାଇ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ ବିଜେଡି କର୍ମୀ । ଆଉ ଘଟଣାସ୍ଥଳରେ ଉପସ୍ଥିତ ସୁରକ୍ଷାକର୍ମୀ କେବଳ ନିରବଦ୍ରଷ୍ଟା ସାଜିଥିଲେ । ତେବେ ସନାତନଙ୍କ ଦୋଷ ହେଲା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କଳା ପତାକା ପ୍ରଦର୍ଶନ କରିଥିଲେ ।

ନୟାଗଡ ପିଡିଏସ ପଡିଆରେ ଆୟୋଜିତ ବିକାଶ ସମାବେଶରେ ଯୋଗ ଦେବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ନବୀନଙ୍କ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରିଥିଲେ ବିରୋଧୀ । ଆଉ ଏହି ଯୁବକ ପଡିଯାଇଥିଲେ ବିଜେଡି କର୍ମୀଙ୍କ ନଜରରେ । ତେବେ ଘଟଣାରେ ପୁଲିସ୍ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।