ମାଲକାନଗିରିରେ ମୁଖ୍ୟମନ୍ତ୍ରୀ : ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

91

କନକ ବ୍ୟୁରୋ : ମାଲକାନଗିରିରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ଷ୍ଟାଡିୟମର ଅସ୍ଥାୟୀ ହେଲିପ୍ୟାଡରୁ ଗଲେ ସଂସ୍କୃତି ଭବନ । ସ୍ମାର୍ଟ ହେଲଥ କାର୍ଡ ବିତରଣ କାର୍ଯ୍ୟକ୍ରମରେ ଯୋଗଦେବେ । ନୂଆ ରୂପରେ ଆସିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ମାଲକାନଗିରିରେ ସ୍ମାର୍ଟ ହେଲ୍ଥ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ।

ମାଲକାନଗିରିରୁ ସ୍ମାର୍ଟ ହେଲ୍ଥ କାର୍ଡ ବିତରଣ କରିବେ ରାଜ୍ୟ ସରକାର । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ବିରୋଧୀ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କାର୍ଡର ବୈଧତା ଏବଂ ଉପଯୋଗିତା ଉପରେ ସନ୍ଦେହ ପ୍ରକାଶ କରିଥିବା ବେଳେ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, କାହିଁକି ଅସହିଷ୍ଣୁ ହୋଇପଡୁଛନ୍ତି ବିରୋଧୀ ।