ଆସିଲା କାବୁଲ ବିମାନବନ୍ଦରର ହୃଦୟ ବିଦାରକ ଦୃଶ୍ୟ : ତାଲିବାନୀଙ୍କ ଅନ୍ଧାଧୁନ୍ ଗୁଳି ଭିତରେ ଜୀବନ ବଂଚାଇବାକୁ ପ୍ରୟାସ କରୁଛନ୍ତି ଆଫଗାନିସ୍ତାନ ବାସିନ୍ଦା

343

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କର ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକ ଆସିବାରେ ଲାଗିଛି । ଏବେ ୪୩ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କାବୁଲ ବିମାନବନ୍ଦରର ଏହି ଭିଡ଼ିଓରେ ହିଂସା ଓ ଆତଙ୍କର ସବୁ ସୀମା ଟିପିଯାଇଛନ୍ତି ତାଲିବାନ । ଗୋଟିଏ ପଟେ ତାଲିବାନୀ ସୌନିକଙ୍କ ଅନ୍ଧାଧୁନ୍ ଗୁିଳମାଡ଼ ଅନ୍ୟ ପଟେ ଜୀବନ ବଂଚାଇବାକୁ ଆଫଗାିସ୍ତାନ ବାସୀନ୍ଦାଙ୍କ ପ୍ରୟାସ ।

ଭିଡ଼ିଓରେ ପୁରୁଷ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଅଗଷ୍ଟ ୧୫ରେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅକ୍ତିଆର କରିବା ପରେ ସରକାର ଗଢିବା ପାଇଁ ପ୍ରୟାସ ଚଳାଇଚନ୍ତି ତାଲିବାନୀ । ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇଙ୍କ ସହ ମିଳିତ ସରକାର ଗଠନ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ହେଲେ ଏପଟେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି ।