ଘୋଷଣା ହେଲା ୬୬ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ – ୨୦୧୯ : ଆୟୁଷ୍ମାନ ଖୁରାନା ଓ ଭିକି କୌଶଲ ଶ୍ରେଷ୍ଠ ଅଭିନେତା, ‘ଅନ୍ଧାଧୁନ୍’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ସମ୍ମାନ

418

କନକ ବ୍ୟୁରୋ : ଘୋଷଣା ହେଲା ୬୬ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ – ୨୦୧୯ । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିଜେତା ମାନଙ୍କ ନାମ ଘୋଷଣା କରାଯାଇଛି । ଫିଚର୍ ଫିଲ୍ମ ବିଭାଗରେ ୩୧ଟି ଶ୍ରେଣୀରେ ସମ୍ମାନ ପ୍ରଦାନ କରାଯିବ । ସେହିପରି ନନ୍ ଫିଚର୍ ସିନେମା ବିଭାଗରେ ୨୩ଟି ଶ୍ରେଣୀରେ ସମ୍ମାନ ଦିଆଯିବ । ହିନ୍ଦୀ ଫିଲ୍ମ ‘ଅନ୍ଧାଧୁନ୍’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ସମ୍ମାନ ସହ ଶ୍ରେଷ୍ଠ ଚିତ୍ରନାଟ୍ୟ ସମ୍ମାନ ମିଳିବ ।

ଅଭିନେତା ଆୟୁଷ୍ମାନ ଖୁରାନା ଚଳଚ୍ଚିତ୍ର ଅନ୍ଧାଧୁନ୍ ପାଇଁ ଓ ଭିକି କୌଶଲ୍ ଚଳଚ୍ଚିତ୍ର – ଉରି-ଦ ସର୍ଜିକାଲ୍ ଷ୍ଟ୍ରାଇକ୍ ସିନେମା ପାଇଁ ଶ୍ରେଷ୍ଠ ନାୟକ ସମ୍ମାନ ହାତେଇବେ । ଉରି ଫିଲ୍ମ ପାଇଁ ନିର୍ଦ୍ଦେଶକ ଆଦିତ୍ୟ ଧର ଶ୍ରେଷ୍ଠ ନିର୍ଦ୍ଦେଶକର ସମ୍ମାନ ହାତେଇବେ । କନ୍ନଡ୍ ଫିଲ୍ମ ‘କେଜିଏଫ୍’ ଶ୍ରେଷ୍ଠ ଆକ୍ସନ୍ ଚଳଚ୍ଚିତ୍ର ସହ ବେଷ୍ଟ ସ୍ପେଶାଲ୍ ଇଫେକ୍ଟସ୍ର ସମ୍ମାନ ହାତେଇଛି । ପଦ୍ମାବତ ପାଇଁ ଫିଲ୍ମମେକର୍ ସଂଜୟଲୀଲା ଭଂଶାଲୀଙ୍କ ହାତକୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସମ୍ମାନ ଯାଇଛି । ଆଉ ପଦ୍ମାବତ୍ର ଗୀତ ‘ବିନ୍ତେ ଦିଲ୍’ ପାଇଁ କଣ୍ଠଶିଳ୍ପୀ ଅରିଜୀତ୍ ସିଂଙ୍କୁ ମିଳିବ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକର ସମ୍ମାନ ।