୨୦୫୦ ମସିହା ବେଳକୁ ଦେଶରେ ଦେଖାଯାଇପାରେ ଖାଦ୍ୟ ସମସ୍ୟା ! ଜାଣନ୍ତୁ କାହିଁକି ।

107

କନକ ବ୍ୟୁରୋ : ଦେଶରେ ଚାଷୀ ମୃତ୍ୟୁହାର ଦିନକୁ ଦିନ ବଢିବାରେ ଲାଗିଛି । ସେଥିମଧ୍ୟରୁ କିଛି ଋଣ ପରିଶୋଧ କରିପାରୁନାହାନ୍ତି ତ ଆଉ କିଛି ଚାଷୀ ଫସଲ ହାନୀ ହେତୁ ଆତ୍ମହତ୍ୟା କରୁଛନ୍ତି । ତେବେ ବର୍ତ୍ତମାନ ଯେଉଁ ଖବର ସେମାନଙ୍କୁ ମିଳିବାକୁ ଯାଉଛି ତାହା ସରକାରଙ୍କ ଆହୁରି ଚିନ୍ତା ବଢାଇଦେବ । ଏକ ସର୍ଭେରୁ ଜଣାଯାଇଛି ଯେ ଭାରତ ଭଳି କୃଷି ପ୍ରଧାନ ଦେଶରେ ଚାଷୀଙ୍କ ମୃତ୍ୟୁହାର କମିବା ବଦଳରେ ବୃଦ୍ଧି ପାଉଛି । ତେବେ ଚାଷୀ କୂଳ ଏବେ ଯେଉଁ ସୂଚନା ପାଇବ ତାହା ବିଶ୍ୱାସ ନ କଲେ ବି ସତ ।

ଏକ ରିର୍ପୋଟରୁ ଜଣାପଡିଛି କି ୨୦୫୦ ସୁଦ୍ଧା ଭାରତର ପାଣିପାଗରେ ଅନେକ ଫରକ ଦେଖା ଯାଇପାରେ । ଏହାର ମୁଖ୍ୟକାରଣ ହେଲା ପରିବେଶ ପ୍ରହୂଷଣ । ଆମେ ଯେଉଁ ଭଳି ପରିବେଶକୁ ପ୍ରଦୂଷିତ କରୁଛେ ସେଥିରୁ ସ୍ପଷ୍ଟ ଭାବରେ ଜଣାପଡେ କି ପରିବେଶରେ ଧିରେ ଧିରେ ଅନେକ ତାରତମ୍ୟ ଦେଖାଯାଉଛି । ଯାହାକୁ ନେଇ ସମସ୍ତେ ଏବେ ଚିନ୍ତା କରିବାକୁ ଲାଗିଲେଣି । କାରଣ ବଞ୍ଚିବାକୁ ହେଲେ ଖାଦ୍ୟଶସ୍ୟର ନିହାତି ଆବଶ୍ୟକତା ରହିଛି । ଯଦି ପରିବେଶ ନିଜର ସନ୍ତୁଳନ ହରାଏ । ତେବେ ଲୋକମାନେ ଖାଇବେ କଣ?

ଏହି ବିଷୟ ଜଣାପଡିବା ପରେ ସମସ୍ତେ ଚିନ୍ତା ପ୍ରକାଶ କରିଛନ୍ତି । ଏଥିରେ ସ୍ପଷ୍ଟଭାବରେ କୁହାଯାଇଛି କି ଏହାର ପ୍ରଭାବ ସିଧାସଳଖ ଭାବରେ କୃଷି ଉପରେ ହିଁ ପଡିବ । ତେବେ ଏନେଇ ଜଟିଳ ପରିସ୍ଥିତିର ସାମନା ଆମକୁ ହିଁ କରିବାକୁ ପଡିବ । ଯେହେତୁ ଜଳବାୟୁ ପ୍ରଭାବିତ ହେଉଛି ତେଣୁ ଚାଷକାମ ଉପରେ ଏହାର ସିଧାସଳଖ ଭାବରେ ପ୍ରଭାବ ପଡିବ ।

ତେବେ ଏପରି ପରିସ୍ଥିତିରୁ ରକ୍ଷାପାଇବା ଲାଗି ସ୍ୱୟଂ ସଚେତନତାର ଆବଶ୍ୟକତା ରହିଛି । ଯେପରି ମୃତ୍ତିକା ସଂରକ୍ଷଣ, ଚାରା ପ୍ରତ୍ୟାରୋପଣ ଭଳି ଅନେକ ପଦକ୍ଷେପ ନେବାକୁ ପଡିବ । ଆଜିକା ଦିନରେ ଯେପରି ଭାବରେ ପୃଥିବିରେ ଜନସଂଖ୍ୟା ବଢିବାରେ ଲାଗିଛି ସେତେ ମାତ୍ରାରେ ବୃକ୍ଷ ବଢୁନାହିଁ । ତେଣୁ ଗଛ ଲଗାଇବା ଦ୍ୱାରା ଏହା କିଛି ମାତ୍ରାରେ କମି ଯାଇପାରେ । ଯଦି ଆମେ ନିଜେ ସଚେତନତା ହେବାନାହିଁ ତେବେ ଆଗାମୀ ଦିନରେ ଅନେକ ସମସ୍ୟା ଦେଖା ଦେଇପାରେ ।

ଯଦି ଆମେ ବେଳ ଥାଉଥାଉ ସାବଧାନ ନହେବା ତେବେ ୨୦୩୦ ମସିହାଠାରୁ ପରିସ୍ଥିତି ଜଟିଳ ହେବାରେ ଲାଗିବ । ତେବେ ବୃକ୍ଷରୋପଣ କରିବା ଏବଂ କିପରି ଭାବରେ ମୃତ୍ତିକା ସଂରକ୍ଷଣ ହୋଇପାରିବ ସେ ବିଷୟରେ ମଧ୍ୟ ଆମକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଏହି ରିର୍ପୋଟରେ କୁହାଯାଇଛି ।