‘କ୍ଷମତା’ ପାଇଁ ବିଜେପିର ରଥଯାତ୍ରା, ‘ସତ୍ୟ’ ପାଇଁ କଂଗ୍ରେସର ‘ଭାରତ ଯୋଡ ଯାତ୍ରା’: କହ୍ନେୟା କୁମାର

218

କନକ ବ୍ୟୁରୋ: କଂଗ୍ରେସ ନେତା କହ୍ନେୟା କୁମାର ବୁଧବାର ଦାବି କରିଛନ୍ତି ବିଜେପି ୧୯୯୦ରେ ଯେଉଁ ରଥଯାତ୍ରା କରିଥିଲା ତାହା ଶାସନ କ୍ଷମତା ହାସଲ ପାଇଁ । ତେବେ କଂଗ୍ରେସ ଯେଉଁ ଭାରତ ଯୋଡ ଯାତ୍ରା କରୁଛି ତାହା ‘ସତ୍ୟ’ ପାଇଁ । କହ୍ନେୟା କୁମାରଙ୍କୁ ଦଳର ଭାରତ ଯାତ୍ରୀ କରାଯାଇଛି । ସେ କନ୍ୟାକୁମାରୀରୁ କାଶ୍ମୀର ଯାଏ ୩୫୭୦ କିଲୋମିଟର ଯାତ୍ରା କରିବେ । ଆହୁରି ମଧ୍ୟ ସେ କହିଛନ୍ତି ଯେ କଂଗ୍ରେସର ଏହି ଉଦ୍ୟମ ରାଜନୈତିକ ନୁହେଁ ।

କହ୍ନେୟା କୁମାର କହିଛନ୍ତି କରୋନା କାଳରେ ସାଧାରଣ ଜନତା ଦିଲ୍ଲୀ, ମୁମ୍ବାଇରୁ ଚାଲି ଚାଲି ବିହାର ଯାଏ ଯାଇଥିଲେ । ବର୍ତ୍ତମାନ ଦେଶର ନେତା ଚାଲିଚାଲି ବିଭିନ୍ନ ସ୍ଥାନକୁ ଯିବେ । ଖବର ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଏହା ଦେଶର ଚିନ୍ତାଧାରାର ପ୍ରତିନିଧିତ୍ୱ କରିଥାଏ । ତେବେ ୧୯୯୦ର ଲାଲକୃଷ୍ଣ ଆଡଭାନୀଙ୍କ ରଥଯାତ୍ରାକୁ ନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି, ସେହି ରଥଯାତ୍ରା ରାଜନୈତିକ ଯାତ୍ରା ଥିଲା ଯାହା ଶାସନ କ୍ଷମତା ହାସଲ ପାଇଁ ହୋଇଥିଲା । ଏହି ଯାତ୍ରା ସତ୍ୟକୁ ଉଜାଗର ପାଇଁ ହୋଇଛି ।

ଯାତ୍ରାର ଲକ୍ଷ୍ୟ ବାବଦରେ ପ୍ରଶ୍ନ ପରେ ସେ କହିଥିଲେ, ଯଦି ଲୋକ ସାମାଜିକ ଗଣମାଧ୍ୟମରେ ଚାଲୁଥିବା ଖବରର ଆଧାରରେ ଭୁଲବୁଝାମଣାର ଶିକାର ହେବେ ତେବେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଲୋକଙ୍କ ଭାଇଭଉଣୀ ହୋଇ ତାଙ୍କ କଥା ଶୁଣିବାକୁ ପଡିବ । ମୁଁ ଜଣେ ବିହାରୀ, ଆପଣମାନେ ଦେଖିଥିବେ କରୋନା କାଳରେ ଲୋକମାନେ ଗୁରୁଗ୍ରାମ, ମୁମ୍ବାଇ ଭଳି ସ୍ଥାନରୁ ଚାଲିଚାଲି ବିହାରରେ ପହଞ୍ଚିଥିଲେ । ତେବେ କଣ ନେତା ମାନଙ୍କୁ ଚାଲିବା ଦରକାର ନାହିଁ?