‘ଅରୁଣାଚଳ ହେଉ ବା କାଶ୍ମୀର… କୋଉଠି ବି ହୋଇପାରେ ମିଟିଙ୍ଗ’, ଜି-୨୦ ଆୟୋଜନକୁ ନେଇ ପାକିସ୍ତାନ ଓ ଚୀନକୁ ମୋଦୀଙ୍କ ଜବାବ୍

241

କନକ ବ୍ୟୁରୋ: ଦିଲ୍ଲୀରେ ସେପ୍ଟେମ୍ବର ୯-୧୦ ରେ ଆୟୋଜିତ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଓ ପାକିସ୍ତାନ ଠିକଣା ଉତ୍ତର ଦେଇଛନ୍ତି । ଜି୨୦ ସମ୍ମିଳନୀର ସ୍ଥାନ ନିର୍ଣ୍ଣୟ ନେଇ ଚୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇବା ପରେ ସେମାନଙ୍କୁ ମୋଦୀ କହିଛନ୍ତି ଯେ, ‘ଭାରତକୁ କହିବା ଦରକାର ନାହିଁ ଯେ, ସମ୍ମିଳନୀର କେଉଁଠି ହେବା ଦରକାର’ । ଆମ ଦେଶର ପ୍ରତ୍ୟେକଟି ସ୍ଥାନ ଅତି ସୁନ୍ଦର । ତେଣୁ ଯେକୌଣସି ସ୍ଥାନରେ ଜି-୨୦ ସମ୍ମିଳନୀ ହୋଇପାରେ’ । ପୂର୍ବରୁ କାଶ୍ମୀର କିମ୍ବା ଅରୁଣାଚଳପ୍ରଦେଶରେ ଶିଖର ସମ୍ମିଳନୀ ହେବାର ଯୋଜନା ଥିବାବେଳେ ଏହାକୁ ବିରୋଧ କରିଥିଲେ ଉଭୟ ଦେଶ ।

ଏହା ପୂର୍ବରୁ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ଚୀନ୍ ଓ ପାକିସ୍ତାନର ତୀବ୍ର ବିରୋଧ ମଧ୍ୟରେ ମେ ମାସରେ ଭାରତ କାଶ୍ମୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଜି-୨୦ ପର୍ୟ୍ୟଟନ ବୈଠକ କରିଥିଲା। ଚୀନ ଜି-୨୦ର ସଦସ୍ୟ ହୋଇଥିଲେ ମଧ୍ୟ ପାକିସ୍ତାନ ଏହି ସଂଗଠନର ସଦସ୍ୟ ନୁହେଁ। ଅରୁଣାଚଳ ପ୍ରଦେଶ ଉପରେ ଭାରତର ସାର୍ବଭୌମତ୍ୱକୁ ମଧ୍ୟ ଚୀନ ବିରୋଧ କରୁଛି। ତେଣୁ ଚୀନ ଓ ପାକିସ୍ତାନର ଏହି ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିସାରିଛି। ମୋଦୀ ଆହୁରି କହିଛନ୍ତି ଯେ, ‘ଯଦି ଆମେ ସେହି ସବୁ ସ୍ଥାନରେ ବୈଠକ କରିବାରୁ ଦୂରେଇ ରହିଥାନ୍ତେ, ତେବେ ଏଭଳି ପ୍ରଶ୍ନ ଯଥାର୍ଥ ହୋଇଥାନ୍ତା। ଆମ ଦେଶ ବହୁତ ବିଶାଳ, ସୁନ୍ଦର ଏବଂ ବିବିଧ । ତେଣୁ ଯେ କୌଣସି ସ୍ଥାନରେ ବୈଠକ ହୋଇପାରେ’ ।