କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଅଭିଯୋଗ ଆଣି ସେ କହିଛନ୍ତି ରାଜ୍ୟରେ ଚାଲିଛି ଲିଜ୍ ସରକାର । ୫-ଟି ସଚିବଙ୍କୁ ଲିଜରେ ରାଜ୍ୟ ଚଳାଇବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବୋଲି ଜୟନାରାୟଣ ଅଭିଯୋଗ କରିଛନ୍ତି । ଏହାସହ ଆଗାମୀ ନିର୍ବାଚନରେ ନବୀନ ଗାଦିଚ୍ୟୁତ ହେବେ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ଓଡ଼ିଶାରେ ଅନ୍ୟାୟ, ଅତ୍ୟାଚାର ସୀମା ପାର କରିଛି ବୋଲି ଜୟନାରାୟଣ ଅଭିଯୋଗ କରିବା ସହ ନବୀନ ଓ ପାଣ୍ଡିଆନ ଜେଲ୍ ଯିବେ ବୋଲି ବିସ୍ଫୋରକ ବୟାନ ରଖିଛନ୍ତି ।