ମନ କି ବାତରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ଜଗତସିଂହପୁରର ସିଲୁ ନାୟକଙ୍କ କଥା ଉଠାଇଲେ ପ୍ରଧାନମନ୍ତ୍ରୀ  । ସେନାରେ ଭର୍ତ୍ତି ପାଇଁ ମାଗଣାରେ ଯୁବକଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ 

178

କନକ ବ୍ୟୁରୋ: ବର୍ଷର ଦ୍ୱିତୀୟ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆଜି ଦେଶବାସୀଙ୍କୁ ସମ୍ବୋଧନ କଲା ବେଳେ ଜଣେ ଓଡ଼ିଆ ଯୁବକଙ୍କ ପ୍ରେରଣାଦାୟୀ କାହାଣୀ କହିଛନ୍ତି । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖକୁଦ ଗାଁର ଏହି ଯୁବକ ସିଲୁ ନାୟକ । ନିଜର ବିଫଳତା କେମିତି  ଅନ୍ୟମାନଙ୍କୁ ସଫଳ କରିବା ପାଇଁ ପ୍ରେରଣା ଯୋଗାଇଲା ସେହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

୨୦୧୬ରେ ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁ ରାଉରକେଲାରେ ପ୍ରଶିକ୍ଷଣ ନେଉଥିଲେ ସିଲୁ ନାୟକ । ହେଲେ ଫିଜିକାଲ ଫିଟନେସରେ କଟି ଯାଉଥିବା ଯୁବକଙ୍କ ବ୍ୟଥା ତାଙ୍କୁ କଷ୍ଟ ଦେଇଥିଲା । ଆଉ ସେହି ଭଳି ଯୁବକଙ୍କ ପାଇଁ କିଛି କରିବାକୁ ଆଗେଇ ଆସିଥିଲେ ସିଲୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାୟକ ସାର୍ଙ୍କ କଥା କହିବା ପରେ ସାରା ଦେଶ ଜାଣିଛି ଓଡ଼ିଶାର ଏହି ଉଦ୍ୟମୀ ଯୁବକଙ୍କ ପ୍ରେରଣାଦାୟକ କାହାଣୀ ।