ଆଜି ଆଇପିଏଲ ସିଜିନ୍-୧୧ର ଫାଇନାଲ ଟକ୍କର୍: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ହେବ ମହା ମୁକାବିଲା
କନକ ବ୍ୟୁରୋ: ଆଜି ଆଇପିଏଲ୍ ସିଜିନ୍-୧୧ର ଫାଇନାଲ ଟକ୍କର । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗ୍ସ । ସନ୍ଧ୍ୟା ୭ଟାରେ ହେବ ମହା ମୁକାବିଲା । ଲିଗ୍ ଶେଷରେ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି ଦୁଇ ଦଳ । ତେଣୁ କଡା ପଡିଆରେ କଡା ଟକ୍କର ହୋଇପାରେ ।
ଚେନ୍ନାଇ ତୃତୀୟ ଥର ପାଇଁ ଟାଇଟଲ ହାତେଇବା ଲକ୍ଷ୍ୟରେ ଥିବାବେଳେ ହାଇଦ୍ରାବାଦ ତିନି ବର୍ଷ ଭିତରେ ଦ୍ୱିତୀୟ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି । ଚେନାଇ ୨୦୧୦, ୨୦୧୧ରେ ଲଗାତାର ଭାବରେ ଟ୍ରଫି ଜିତିଥିଲା । ନିଲମ୍ବିତ ଚେନାଇର ଅନୁପସ୍ଥିତିରେ ୨୦୧୬ରେ ହାଇଦ୍ରାବାଦ ପ୍ରଥମ ଥର ପାଇଁ ଟାଇଟଲ ବିଜେତା ହୋଇଥିଲା । ଏବେ ୨ବର୍ଷର ନିଲମ୍ବନ ପରେ ଫେରିଥିବା ଚେନ୍ନାଇ ନିଜ ଖ୍ୟାତି ମୁତାବକ ପ୍ରଦର୍ଶନ କରି ଆଉ ଏକ ମୁକୁଟର ଦ୍ୱାରଦେଶରେ ପହଁଚିଛି । ସେହିପରି ଚେନାଇ ୯ଥର ଖେଳି ୭ଥର ଫାଇନାଲକୁ ଯାଇଥିବାବେଳେ ହାଇଦ୍ରାବାଦ ୬ଥର ଖେଳି ଦ୍ୱିତୀୟ ଥର ଫାଇନାଲକୁ ଆସିଛି । ତେବେ ଏପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ହୋଇଥିବା ୯ଟି ମ୍ୟାଚ୍ରୁ ୭ଟିରେ ଚେନାଇ ଜିତିଥିବାବେଳେ ହାଇଦ୍ରାବାଦ ୨ଟିରେ ବିଜୟୀ ହୋଇଛି ।
ଚେନ୍ନାଇ ସୁପର୍ କିଙ୍ଗ୍ସ: ସେନ୍ ଓ୍ଵାଟ୍ସନ୍, ଫାପ୍ ଡୁ ପ୍ଲେସିସ୍, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଡ୍ଵାନ୍ ବ୍ରାଭୋ, ରବୀନ୍ଦ୍ର ଜାଦେଜା, ଦୀପକ ଚହର, ହରଭଜନ ସିଂହ/ କର୍ନ ଶର୍ମା, ସାର୍ଦୁଲ ଠାକୁର, ଲୁଙ୍ଗି ଏନ୍ଗିଡି।
ସନ୍ରାଇଜର୍ସ ହାଇଦ୍ରବାଦ: ଋଦ୍ଧିମାନ ସାହା, ଶିଖର ଧାଓ୍ଵନ, କେନ୍ ଓ୍ଵିଲିୟମ୍ସନ୍ (ଅଧିନାୟକ), ସକିବ୍ ଅଲ୍ ହାସନ୍, ଦୀପକ ହୁଦା, ୟୁସୁଫ୍ ପଠାନ୍, କାର୍ଲୋସ୍ ବ୍ରାଥ୍େଓ୍ଵଟ୍, ରସିଦ୍ ଖାନ୍, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କଉଲ୍, ସନ୍ଦୀପ ଶର୍ମା/ଖଲିଲ୍ ଅହମ୍ମଦ/ବସିଲ୍ ଥମ୍ପି।
Comments are closed.