କେବଳ ଏକ ମେସେଜରେ ଜାଣନ୍ତୁ ଆପଣ କିଣିଥିବା ଔଷଧଟି ଅସଲି ନା ନକଲି? ଜାଣନ୍ତୁ ପୂରା ପ୍ରକ୍ରିୟା

23

ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ନକଲି ଔଷଧମାନ ଉପଲବ୍ଧ । ଏହି ନକଲି ଔଷଧ ପାଇଁ କାହାର ଜୀବନ ମଧ୍ୟ ଚାଲି ଯିବାର ଭୟ ରହିଛି । ତେଣୁ ଏବେ ଔଷଧ କିଣିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଏହି ଗୋଟିଏ ଭୟ ରହିଛି କି, ସେ ଯେଉଁ ଔଷଧଟି କିଣୁଛନ୍ତି କିମ୍ବା କିଣିଛନ୍ତି ତାହା ନକଲି ନା ଅସଲି । ତେବେ ସାଧାରଣ ଜନତାଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଡ୍ରଗ୍ସ ଟେକନିକାଲ ଆଡଭାଇଜରୀ ବୋର୍ଡ ଏକ ବଡ ପଦକ୍ଷେପ ଉଠାଇଛନ୍ତି । ଯାହାଦ୍ୱାରା ନକଲି ଓ ଅସଲି ଔଷଧ ମଧ୍ୟରେ ଫରକ୍ କଣ ଲୋକେ ଅତି ସହଜରେ ଜାଣିପାରିବେ । ଏଥିସହିତ ଆପଣଙ୍କ ହ୍ୱାଟସଆପ ନମ୍ବରରେ ଏକ ମେସେଜ ପଠାଇ ହିଁ ଜାଣିପାରିବେ କି ଆପଣ ଯେଉଁ ମେଡିସିନଟି କିଣିଛନ୍ତି ତାହା ଅସଲି ନା ନକଲି ।

୩୦୦ଟି ଔଷଧ ଉପରେ ଲାଗୁ ହେବ ଏହି ବ୍ୟବସ୍ଥା

ଆଗାମୀ ୩ ମାସ ମଧ୍ୟରେ ସବୁଠାରୁ ଅଧିକ ବିକ୍ରି ହୋଇଥିବା ଔଷଧ ଉପରେ କଂପାନୀମାନେ ଏକ ପ୍ରକାରର ୟୁନିକ୍ କୋଡ ପ୍ରିଂଟ କରିବେ । ଯେଉଁଥିରେ ପାଖାପାଖି ୩୦୦ ପ୍ରକାରର ଔଷଧ ସାମିଲ କରାଯିବ । ଏହି ବ୍ୟବସ୍ଥା ଦ୍ୱାରା ବିଭିନ୍ନ ନକଲି ଔଷଧ ଏବଂ ଦଲାଲଙ୍କ ଉପରେ ଲଗାମ୍ କସାଯାଇପାରିବ ।

ଟ୍ରେସ୍ ଆଣ୍ଡ୍ ଟ୍ରାକ୍ ସିଷ୍ଟମ

ସରକାରଙ୍କ ଏହି ସିଷ୍ଟମର ନାଁ ରଖାଯାଇଛି ଟ୍ରେସ୍ ଆଣ୍ଡ ଟ୍ରାକ୍ । ଯାହାକୁ ଗତ ୧୬ ମଇରେ ଡ୍ରଗ୍ସ ଟେକନିକ୍ ପରାମର୍ଶଦାତା ବୋର୍ଡ ତରଫରୁ ଆୟୋଜିତ ଏକ ବୈଠକରେ ମଂଜୁରୀ ମିଳିଛି ।

୧୪ ଅଙ୍କ ବିଶିଷ୍ଟ ନମ୍ବର

ଦେଶରେ ବଡ ବଡ ବ୍ରାଣ୍ଡର ସବୁଠାରୁ ଅଧିକ ବିକ୍ରି ହେଉଥିବା ୩୦୦ ପ୍ରକାରର ଔଷଧ ପ୍ୟାକେଟ୍ ଉପରେ ୧୪ ଅଙ୍କ ବିଶିଷ୍ଟ ନମ୍ବର ପ୍ରିଂଟ କରାଯିବ । ଔଷଧର ପ୍ରତ୍ୟେକଟି କଭର ବା ଠିକଣା ତଥା ବୋତଲରେ ଭିନ୍ନ ଭିନ୍ନ ନମ୍ବର ରହିବ । ଏଥିସହିତ ହିଁ ଗୋଟିଏ ମୋବାଇଲ ନମ୍ବର ମଧ୍ୟ ଏଠାରେ ପ୍ରିଂଟ କରାଯିବ । ଯାହାକୁ ମେଡିସିନକୁ ମାର୍କେଟିଂ କରୁଥିବା କଂପାନୀ ଜାରି କରିବ ।

ଏଭଳି କାମ କରିବ

ଔଷଧ ବୋତଲରେ ଛପା ଯାଇଥିବା ଏହି ୧୪ ଟିକିଆ ୟୁନିକ୍ ନମ୍ବରକୁ ସେଠାରେ ଦିଆଯାଇଥିବା ମୋବାଇଲ ନମ୍ବରରେ ମେସେଜ କରିବା ଦ୍ୱାରା ଔଷଧ ପ୍ରସ୍ତୁତ କରୁଥିବା କଂପାନୀର ନାଁ ଓ ଠିକଣା, ବ୍ୟାଚ ନମ୍ବର, ତିଆରି ଏବଂ ଏକ୍ସପାୟରୀ ଡେଟ୍ ଭଳି ସମସ୍ତ ସୂଚନା ମିଳିଯିବ । ତେବେ ଏହି ଫିଚରଟି କେବେ ଆସିବ, ଏସଂପର୍କରେ ଏଯାବତ୍ ଆମକୁ ଅଧିକ କୌଣସି ସୂଚନା ମିଳିପାରିନାହିଁ । କିନ୍ତୁ ଖୁବ ଶୀଘ୍ର ହିଁ ଏହାକୁ ଲଂଚ କରାଯିବା ନେଇ ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।