ମାଉଣ୍ଟ ଏଭରେଷ୍ଟକୁ ନେଇ ନୂଆ ସଙ୍କଟ, ପର୍ବତାରୋହୀଙ୍କ କାଶ ଏବଂ ଛିଙ୍କରୁ ପ୍ରସ୍ତୁତ ହେଉଛି ରୋଗର ପାହାଡ।

164

କନକ ବ୍ୟୁରୋ: ବିଶ୍ୱର ସବୁଠାରୁ ବଡ ପର୍ବତ ଏଭରେଷ୍ଟକୁ ନେଇ ପର୍ବତାରୋହୀଙ୍କ ମଧ୍ୟରେ ରୋମାଞ୍ଚ ଭରିରହିଥାଏ । ପର୍ବତାରୋହୀ ସବୁବେଳେ ଖାଦ୍ୟ-ପାନୀୟଠାରୁ ଅନେକ ଜରୁରୀ ଜିନିଷ ନିଜ ସହ ନେଇଯାଇଥାନ୍ତି । ତେବେ ଏହି ଯାତ୍ରା ସମୟରେ ଅନେକ ସେଠାରେ ଛୋଟ ଛୋଟ ଜିନିଷ ଛାଡି ଦେଇଆସିଥାନ୍ତି । ତେବେ କିଛି ଏଭଳି ଜିନିଷ ଛାଡି ଆସିଥାନ୍ତି ଯାହାର ଗମ୍ଭୀର ପରିଣାମ ଲୋକଙ୍କମାନେ ଭୋଗିପାରନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯେତେବେଳେ ଏଭରେଷ୍ଟରେ ଜଣେ ବ୍ୟକ୍ତି କାଶିଥାଏ କିମ୍ବ ଛିଙ୍କିଥାଏ ତେବେ ସେହି ଜୀବାଣୁ ଅନେକ ବର୍ଷ ଯାଏ ବରଫରେ ଜୀବିତ ରହିଥାନ୍ତି । ସେଠାରେ ସେମାନେ ନିଜର ବଂଶ ବୃଦ୍ଧି କରିଥାନ୍ତି ।

ଗବେଷକଙ୍କ କହିବା କଥା ଯେ ପର୍ବତାରୋହୀ ନିଜ ପଛରେ ରୋଗଛାଡୁଛନ୍ତି । ଏହା ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ଚିନ୍ତାଜନକ । ଅନେକ ବର୍ଷ ଯାଏ ବରଫରେ ଏହି ଜୀବାଣୁ ସୁପ୍ତ ହୋଇରହିଥାନ୍ତି । ଏହି ଅଧ୍ୟୟନଟି ଏଭରେଷ୍ଟର ଥଣ୍ଡା ବାତାବରଣରେ ବଢୁଥିବା ପର୍ଯ୍ୟଟନକୁ ନେଇ ପ୍ରକାଶିତ ହୋଇଥିଲା । ଆର୍କାଟିକ, ଆଣ୍ଟାର୍କଟିକା, ଅଲ୍ପାଇନ ରିସର୍ଚ୍ଚରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି ଯେ ପୃଥିବୀର ସବୁଠାରୁ ଉଚ୍ଚ ଗିରିଶୃଙ୍ଗରେ ମିଳୁଥିବା ସୁଷ୍ମ ଜୀବଙ୍କ ବାବଦରେ କମ ସୂଚନା ମିଳିଥାଏ । ଏମାନେ ଏଠାରେ କେଉଁଭଳି ପହଞ୍ଚୁଛନ୍ତି, କେମିତି ଜୀବିତ ରହୁଛନ୍ତି ଆଉ ଏତେ ଥଣ୍ଡାରେ କେମିତି ସକ୍ରିୟ ରହୁଛନ୍ତି ତାହା ଉଲ୍ଲେଖ ରହିଛି ।