ଯାତ୍ରୀ ବ୍ୟବସାୟକୁ ନେଇ ପୁଣି ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଗୋଟିଏ ଗୋଷ୍ଠୀ ଅନ୍ୟଏକ ଗୋଷ୍ଠୀକୁ ମାରଣାସ୍ତ୍ରରେ ଆକ୍ରମଣ 

96

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଦିନକୁ ଦିନ ସେବାୟତଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ବଢ଼ିବାରେ ଲାଗିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ମରଣାନ୍ତକ ଆକ୍ରମଣ ମଧ୍ୟ ହେଉଛି । ତେବେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି ପୁଣି ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ମାରଣାସ୍ତ୍ରରେ ଆକ୍ରମଣ କରିବା ସମୟର ସିସିଟିଭି ଭିଡ଼ିଓ ସାମ୍ନାକୁ ଆସିଛି ।

ଏହି ଘଟଣାରେ ୪ଜଣ ସେବାୟତ ଗୁରୁତର ଭାବେ ଆହତ ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ତେବେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।