ରୋବଟ୍ ବନିଲା କମ୍ପାନୀର CEO । ବଢିଲା ସେୟାରର ମୂଲ୍ୟ, ମାଲାମାଲ ହେଲା କମ୍ପାନୀ

143

କନକ ବ୍ୟୁରୋ : ରୋବଟ୍… ମଣିଷକୁ ଆଗକୁ ନେବାରେ ବଡ ଭୂମୀକା ଗ୍ରହଣ କରିଛି ରୋବଟ୍ । କେବଳ ଆଗକୁ ନେଇନି, ମଣିଷ ଜୀବନକୁ ସହଜ ଓ ସୁନ୍ଦର ମଧ୍ୟ କରିପାରିଛି ରୋବଟ୍ । ରୋହଟ୍ ମଧ୍ୟମରେ ଆମେ ଅନେକ କାମ ଅତି ସହଜରେ କରିପାରୁଛେ । ଏହାରି ଭିତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପାୱାର୍ଡ ହ୍ୟୁମାନାଇଡ୍ ରୋବଟସ୍ ଏବେ ଆସିବାକୁ ଯାଉଛି । ଯାହା ନିଜ କ୍ଷମତା ବଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । କିନ୍ତୁ ଗୋଟେ ରୋବଟ୍ କେବେ ଏକ କମ୍ପାନୀର ସିଇଓ ବନିବା କଥା କେବେ କେହି ଭାବିଛନ୍ତି କି? ଆପଣଙ୍କୁ ଏହି କଥା ଆଶ୍ଚର୍ଯ୍ୟ କରିପାରେ ସତ କିନ୍ତୁ ଏହା ସତ । ଚୀନର ମେଟାବର୍ସ ହ୍ୟୁମାନାଇଡ୍ ରୋବଟକୁ ନିଯୁକ୍ତି ଦେଇଛି । କମ୍ପାନୀର ସିଇଓ ପଦରେ ଏକ ରୋବଟକୁ ବସାଇଛି । ଏହା ଦ୍ୱାରା କମ୍ପାନୀ ବ୍ୟବସାୟ ଅଧିକ ଲାଭଦାୟକ ହୋଇଥିବା ଜଣାପଡିଛି ।

କମ୍ପାନୀର ସିଇଓ ବନିଥିବା ରୋବଟର ନାଁ ହେଉଛି ଟ୍ୟାଙ୍ଗ-ୟୁ । ଯେବେଠୁ ଟ୍ୟାଙ୍ଗ୍-ୟୁ କମ୍ପାନୀର ସିଇଓ ବନିଲା ସେବେଠୁ କମ୍ପାନୀର ପ୍ରଫିଟ୍ ବଢିବାରେ ଲାଗିଲା । ଗୁଗୁଲ ଫାଇନାନ୍ସର ଏକ ରିପୋର୍ଟ ଅନୁସାରେ, ଗତ ୬ମାସ ମଧ୍ୟରେ କମ୍ପାନୀର ସେୟାର୍ ୧୦ପ୍ରତିଶତ ଅଧିକ ବୃଦ୍ଧି ପାଇଛି । ଏହା ସହିତ କମ୍ପାନୀର ସେୟାର ଭ୍ୟାଲୁ ୧.୧ ବିଲିୟନ୍ ଡଲାର ଯାଏଁ ପହଞ୍ଚିଯାଇଛି । ଯଦି ଆପଣ ଭାବୁଥିବେ ଦିନେ କି ଦୁଇ ଦିନ ପାଇଁ କମ୍ପାନୀର ସେୟାର ଭ୍ୟାଲୁ ବଢିଯାଇଛି । ତେବେ ଏଠାରେ କହିରଖୁଛୁ କି, ଗତ ୬ମାସରେ କମ୍ପାନୀର ସେୟାର ଭ୍ୟାଲୁ ୧୦ପ୍ରତିଶତରୁ ଅଧିକ ବଢିଥିବା ଜଣାପଡିଛି ।