ବାଖରାବାଦରେ ପୂଜା ପାଉଛନ୍ତି ମାଆ ଛିନ୍ନମସ୍ତା। ଚାନ୍ଦି ମେଢ ସହ ସୁନା ମୁକୁଟରେ ଦର୍ଶନ ଦେଉଛନ୍ତି ଛିନ୍ନମସ୍ତା ଦେବୀ।

125

କନକ ବ୍ୟୁରୋ: ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ମା’ମହାକାଳୀ । ଆଉ ଏହି ମହାକାଳୀ ପୂଜାରେ ପୂଜା ପାଉଛନ୍ତି ଦେବୀ ଛିନ୍ନମସ୍ତା । ବାଖରାବାଦରେ ପୂଜା ପାଉଛନ୍ତି ଏହି ଦେବୀ ଛିନ୍ନମସ୍ତା । ଚାନ୍ଦି ମେଢ ସହ ସୁନା ମୁକୁଟରେ ଦର୍ଶନ ଦେଉଛନ୍ତି ଛିନ୍ନମସ୍ତା ଦେବୀ । କଟକରେ ମଣ୍ଡପ ଗୁଡିକରେ ମାଆଙ୍କ ଦର୍ଶନ କରିବାକୁ ଲାଗୁଛି ଲୋକଙ୍କ ଗହଳି । ତେବେ ଏହି ପୂଜା ପଛର ରହିଛି ଅନେକ ଇତିହାସ । କାଳୀପୂଜାରେ ଏହି ଦେବୀ ଛିନ୍ନମସ୍ତାଙ୍କ ପୂଜା ୧୯୬୫ ମସିହାରୁ ଚାଲିଆସୁଛି ।

ଛିନ୍ନମସ୍ତାଙ୍କ ପୂଜାର ରହିଛି ଅନେକ ବିଶେଷତ୍ୱ । ଦେବୀ ଜୀବନର ପରମ ସତ୍ୟ ମୃତ୍ୟୁକୁ ଦର୍ଶାଇ ଅନନ୍ତ ମୃତ୍ୟୁର ପ୍ରତୀକ ହେଉଛନ୍ତି ମା’ । ମାଆଙ୍କ ଶରୀର ବର୍ଣ୍ଣ ଲାଲ୍ ଓ କଳା ଥିବା ବେଳେ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ହେଉଛି ଛିନ୍ନମସ୍ତାଙ୍କ ଉତ୍ପତି ଦିବସ । ଦେବୀ ଛିନ୍ନମସ୍ତା ନେଇ ରହିଛ ବହୁ ପୁରୁଣା କିମ୍ବଦନ୍ତୀ । ମୁଣ୍ଡ କିଭଳି କେଉଁ କାରଣରୁ କଟାଯାଇଛି ସେଥିରେ ବର୍ଣ୍ଣିର୍ତ ଅଛି । ଛିନ୍ନମସ୍ତା ଦେବୀଙ୍କୁ ନେଇ ରହିଛି ଭକ୍ତଙ୍କ ମନରେ ଅନେକ ବିଶ୍ୱାସ । ମାଆଙ୍କ ନିକଟରେ ପୂଜା କରିଲେ ଦେବୀଙ୍କ ସାନି୍ନଧ୍ୟ ଲାଭ ହୋଇଥାଏ । ତା ସହିତ ପୂଜା କରିଲେ ଶନି ଓ ରାହୁ ମହାଦଶାରୁ ମୁକ୍ତି ମିଳିଥାଏ ବୋଲି ରହିଛି ବିଶ୍ୱାସ ।

କଟକ କାଳୀପୂଜାରେ ଦେବୀ ଛିନ୍ନମସ୍ତା ୧୪୦ କିଲୋ ଚାନ୍ଦିରେ ପୂଜା ପାଉଛନ୍ତି । ଦେବୀଙ୍କ ମୁକୁଟ ରହିଛି ସୁନାରେ । ଦିନ ରାତି ୯ଟାରେ ପୂଜା ଆରମ୍ଭ ହୋଇ ରାତି ୩ଘଟିକା ପର୍ଯ୍ୟନ୍ତ ଛିନ୍ନମସ୍ତାଙ୍କ ପୂଜା ଚାଲିଥାଏ । ଦେବୀଙ୍କ ନିକଟରେ ପାଣିକଖାରୁ ବଳି ଦିଆଯିବାର ପରମ୍ପରା କାହିଁ କେଉଁକାଳରୁ ରହିଆସିଛି ।