ବ୍ୟବସ୍ଥିତ ବାଲିଯାତ୍ରା ପାଇଁ ପଦକ୍ଷେପ । ଚଳିତ ବର୍ଷ ପାର୍କିଂ ସ୍ଥାନରୁ ବାଲିଯାତ୍ରା ପଡ଼ିଆ ମଧ୍ୟକୁ ‘ପେଡ୍ ବସ୍ ସର୍ଭିସ୍’ ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୋଳି ସହ ସମସ୍ତ ଷ୍ଟଲ ଲାଗିବ ବୋଲି କହିଛନ୍ତି ଜିଲ୍ଲାପାଳଳ ।

190

କନକ ବ୍ୟୁରୋ: ବାଲିଯାତ୍ରାକୁ ନେଇ ତୁଟିଲା ଷ୍ଟଲ ଆବଣ୍ଟନ ବିବାଦ । ଚଳିତ ବର୍ଷ ବାଲିଯାତ୍ରା ପାଇଁ ଦୋଳି ଓ ପ୍ଲଟ ଆବଣ୍ଟନ ନେଇ ଲାଗି ରହିଥିଲା ବିବାଦ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୋଳି ସହ ସମସ୍ତ ଷ୍ଟଲ ଲାଗିବ ବୋଲି କହିଛନ୍ତି ଜିଲ୍ଲାପାଳଳ । ଏହି ବିବାଦର ସମାଧାନ ହୋଇଥିବା କହିଲେ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଚଳିତ ବର୍ଷ ଲୋକମାନଙ୍କ ସୁରକ୍ଷା ଏବଂ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଚଳିତ ବର୍ଷ ବିଶେଷ କରି ବାଲିଯାତ୍ରାକୁ ବୁଲିବା ପାଇଁ ଦର୍ଶକମାନଙ୍କ ପାଇଁ ପାର୍କିଂ ସ୍ଥାନରୁ ବାଲିଯାତ୍ରା ପଡ଼ିଆ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପେଡ୍ ବସ୍ ସର୍ଭିସ୍ ବ୍ୟବସ୍ଥା କରାଯାଇଛି ।ଏହାସହ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ଲୋକମାନେ ଟଙ୍କା ଦେଇ ବାଲିଯାତ୍ରା ପଡ଼ିଆକୁ ସୁରକ୍ଷିତ ଏବଂ ଶୀଘ୍ର ପହଁଚିପାରିବେ । ଏବଂ ଏହାଦ୍ୱାରା ଠେଲାପେଲାକୁ ମଧ୍ୟ ରୋକାଯାଇ ପାରିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ବାଲି ଏବଂ ଧୂଳିରୁ ଦର୍ଶକମାନଙ୍କୁ ରକ୍ଷା କରିବା ପାଇଁ ପାଣି ସିଞ୍ଚନର ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା ହୋଇଛି ।

baliyatraଅନ୍ୟପଟେ ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଡିଜିଟାଲ ଫିଚର୍ସର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଆସନ୍ତା ୨୩ ତାରିଖରେ ମହାନଦୀ ପଠାରେ ହେବାକୁ ଯାଉଥିବା ବାଲିଯାତ୍ରାକୁ ନେଇ ଯେଉଁ ବିବାଦ ଦେଖାଦେଇଥିଲା ସେସବୁର ସମାଧାନ ହୋଇଛି । ତେଣୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇ ଶାନ୍ତିଶୃଙ୍ଖଳାର ସହ ବାଲିଯାତ୍ରାକୁ ସମାପନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।