ମୋଦୀଙ୍କ ସହରୀ ମାଓବାଦୀ ଉପାଖ୍ୟାନକୁ ନେଇ ବଢିଲା ବିବାଦ : ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ପ୍ରତିବାଦ କଲେ ସାମଜିକ ଓ ମାନବାଧିକାର କର୍ମୀ

କହିଲେ, ଆଦିବାସୀଙ୍କ ହକ୍ ର କଥା କହିଲେ ଦିଆଯାଉଛି ମାଓବାଦୀର ଆଖ୍ୟା

115

କନକ ବ୍ୟୁରୋ : ଛତିଶଗଡରେ ପ୍ରଧାନମନ୍ତ୍ରୀଙ୍କ ଅର୍ବାନ ମାଓବାଦୀ ଉପାଖ୍ୟାନ । ଦେଶରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । କିଏ ଏହି ଅର୍ବାନ ମାଓବାଦୀ ? ସହରାଂଚଳ ମାଓବାଦୀ ଶୀତ ତାପ ନିୟନ୍ତ୍ରିତ ପରିବେଶରେ ରହନ୍ତି , ବଡ ଗାଡିରେ ବୁଲନ୍ତି, ସେମାନଙ୍କ ପିଲାଙ୍କୁ ବିଦେଶରେ ପଢାନ୍ତି ଏବଂ ଅନ୍ୟପଟେ ଗରିବ ଆଦିବାସୀ ଯୁବକଙ୍କୁ ଦେଶ ବିରୋଧରେ ମତାଇ ରିମୋଟ୍ କଂଟ୍ରୋଲରେ ନିୟନ୍ତ୍ରଣ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟର ପ୍ରତିବାଦ କରିଛନ୍ତି ସାମାଜିକ ଓ ମାନବାଧିକାର କର୍ମୀ ।

ଭୀମା କୋରେଗାଁଓ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ପୁନେ ପୋଲିସ କିଛି ସାମାଜିକ କର୍ମୀଙ୍କୁ ଗିରଫ କରିଥିଲା । ଏହା ପରେ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲା ସହରୀ ମାଓବାଦୀ ଭଳି ଶବ୍ଦ । ଅଭିଯୋଗ ହେଉଛି, ଏମାନେ ସହରରେ ରହି ବାମପନ୍ଥୀ ଉଗ୍ରବାଦକୁ ସମର୍ଥନ କରୁଛନ୍ତି । ଆଉ ଏମାନଙ୍କୁ କଂଗ୍ରେସ ସମର୍ଥନ କରୁଥିବା କହି ଦଳ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ।

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ତିନିଟି ବଡ଼ ନକ୍ସଲ ହମଲା ହୋଇଥିବା ବେଳେ ପୁଣି ଥରେ ସହରୀ ମାଓବାଦୀ କହି ବିରୋଧୀଙ୍କ ଆଡକୁ ଇଂଗିତ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏପରି ମନ୍ତବ୍ୟକୁ ବିରୋଧ କରିଛନ୍ତି ମାନବାଧିକାର କର୍ମୀ ।