ମୋଦି ସରକାର ଆଣୁଛନ୍ତି ଆଉ ଏକ ନୂଆ ସ୍କିମ ! ଭାଗ ନିଅନ୍ତୁ ଆଉ ୧୦ହଜାର ଟଙ୍କା ପୁରସ୍କାର ଜିତନ୍ତୁ

61

କନକ ବ୍ୟୁରୋ : ମୋଦି ସରକାର ଲଗାତାର ଭାବରେ କ୍ୟାସଲେସରେ କିପରି କାରବାର ହେବ ସେନେଇ ଅନେକ ଯୋଜନା କରିଛନ୍ତି । ତେଣୁ ମୋଦି ସରକାର ୟୁପିଆଇ ଆପର ନୂଆ ଭର୍ସନ ମଧ୍ୟ ଆଣିଛନ୍ତି । ବର୍ତ୍ତମାନ ସମୟରେ ଜିଏସଟିକ ଦେଖି କୈାଣସି ଏକ ନୂଆ ବ୍ୟବସ୍ଥା କରିବାକୁ ଯାଉଛନ୍ତି । ନେସନାଲ କମନ ମୋବିଲିଟି କାର୍ଡ (ଏନସିଏମସି) ଏକ ଏପରି କାର୍ଡ ହେବ ଯେଉଁଥିରେ ଆପଣ ପଇସା ସହିତ ସମ୍ପର୍କ ଥିବା କୈାଣସି କାମକୁ ବି ସହଜରେ କରିପାରିବେ । ଏହା ମାଧ୍ୟମରେ ବସରେ ଭଡା ଦେବାଠାରୁ ଆରମ୍ଭ କରି ସଉଦା ପର୍ଯ୍ୟନ୍ତ ସମସ୍ତ କାମ ଅତି ସହଜରେ କରିପାରିବେ । ତେବେ ଏହାରି ମାଧ୍ୟମରେ ଘରେ ବସି ପାଖାପାଖି ୧୦ଦଜାର ଟଙ୍କା ମଧ୍ୟ ରୋଜଗାର କରିପାରିବେ । ମିଳିଥିବା ସୂଚନା ଅନୁସାରେ ମୋଦି ସରକାର ଏହାର କୈାଣସି ଏକ ସରକଳ ନାମ ଦେବା ପାଇଁ ଚେଷ୍ଟା କରୁଛି ।

ତେଣୁ ସାଧାରଣ ଜନତାମାନଙ୍କୁ ଦୃଷ୍ଟିରେ ରଖି ଏହାର ନାମ କରାଯାଇଥିବା ଜଣାପଡିଛି । ତେବେ ଆପଣ ମଧ୍ୟ ଏପରି ବ୍ୟବସ୍ଥା ବା ଯୋଜନାର ଏକ ନାମକରଣ କରିପାରିବେ ଯଦି ଆପଣଙ୍କ ନାମ ସରକାରଙ୍କ ପସନ୍ଦ ହେଲା ତେବେ ସରକାର ନାମ ଦେଇଥିବା ବ୍ୟକ୍ତି ଜଣଙ୍କୁ ୧୦ହଜାର ଟଙ୍କା ପୁରସ୍କାର ମଧ୍ୟ ଦେଇପାରନ୍ତି । ଯଦି ଆପଣମାନେ ଏପରି ବ୍ୟବସ୍ଥାର ନାମ କରଣ କରିବା ପାଇଁ ଇଚ୍ଛା କରୁଛନ୍ତି ତେବେ ୨୭ଅଗଷ୍ଟ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ସମୟ ରହିଛି । ଆପଣ ଯେଉଂ ସମୟରେ ଏପରି ବ୍ୟବସ୍ଥାର ନାମ କରଣ କରିବେ ସେତେବେଳେ ଆପଣ ଧ୍ୟାନ ରଖିବାର ଆବଶ୍ୟକତା ରହିଛି ଯେ, ତାହା ଅସଲି ହୋଇଥିବା ଦରକାର । ଏହାସହ ସେହି ନାମ କୈାଣସି ପ୍ରକାର ବି କପିରାଇଟ ଆକ୍ଟର ଯେପରି ଭାବରେ ଉଲଘଂନ ନ କରୁଥିବ । ଯଦି ଆପଣ ଏପରି ନାମ ଦେବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଲଗଇନ କରିବା ପାଇଂ ପଡିବ । ପରେ ସେହିଠାରେ ହିଁ ନାମ ଦାଖଲ କରିବା ପାଇଂ ପଡିବ । ଏହା ପରେ ଆପଣଙ୍କୁ ୧୦ହଜାର ଟଙ୍କାର ପୁରସ୍କାର ମିଳିପାରେ ।