ଶ୍ରୀମନ୍ଦିରକୁ ସେବାୟତଙ୍କ ମୋବାଇଲ ବାରଣ ପ୍ରସଙ୍ଗ ! ଶ୍ରୀମନ୍ଦିର ଚାରିପଟେ ସେବାୟତ ସମାଜ ପକ୍ଷରୁ ପୋଷ୍ଟର । କହିଲେ, ସମସ୍ତଙ୍କ ପାଇଁ ଲାଗୁ କରାଯାଉ ସମାନ ନିୟମ

20

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଲାଗିଲା ପୋଷ୍ଟର । ଶ୍ରୀମନ୍ଦିର ଭିତରକୁ ସେବାୟତଙ୍କୁ ମୋବାଇଲ ବାରଣ ପ୍ରସଙ୍ଗରେ ଶ୍ରୀମନ୍ଦିର ଚାରିପଟେ ସେବାୟତ ସମାଜ ପକ୍ଷରୁ ପୋଷ୍ଟର ଲଗାଯାଇଛି । ଯଦି ସେବାୟତ ମୋବାଇଲ ଫୋନ ନେଇପାରିବେ ନାହିଁ ତାହା ହେଲେ କିଏବି ଫୋନ ଭିତରକୁ ନେଇପାରିବେନି ବୋଲି ସେବାୟତ ମାନେ କହିଛନ୍ତି । ପରିଚାଳାନା କମିଟିରେ ଆଲୋଚନା କରାନଯାଇ କିଭଳି ଶ୍ରୀମନ୍ଦିର ପ୍ରଶାସନ ଅନୁମେତା ଦେଲା ବୋଲି ସେବାୟତ ପ୍ରଶ୍ନ କରିଛନ୍ତି । ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ କରିବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।