ବିବାହ କଲେ ମହାଅକ୍ଷୟ ! ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହଙ୍କ ହେଲା ବିବାହ ।

30

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟ ମଙ୍ଗଳବାର ଦିନ ଅଭିନେତ୍ରୀ ମଦାଲସା ଶର୍ମାଙ୍କୁ ବିବାହ କରିଛନ୍ତି । ମହାଅକ୍ଷୟଙ୍କୁ ଦୁଷ୍କର୍ମ ଏବଂ ଧୋକା ଦେବା ମାମଲାରେ ୭ ଜୁଲାଇରେ ବେଲ୍ ମିଳିଥିଲା । ବେଲ୍ ମିଳିଲା ପରେ ସେ ତୁରନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ମହାଅକ୍ଷୟ ଓରଫ ମିମୋହ ନିଜ ବିବାହ ସମ୍ପର୍କରେ ସୋସିଆଲ ମିଡିଆରେ ଜଣାଇଛନ୍ତି । ସେ ତାଙ୍କ ପତ୍ନୀଙ୍କ ସହ ଫଟୋ ଶେୟାର କରିଛନ୍ତି । ତାମିଲନାଡୁ ନୀଳଗିରି ଜିଲ୍ଲା ସ୍ଥିତ ଉଦଗମଣ୍ଡଳମରେ ଏହି ଅଭିନେତା ବିବାହ କରିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ମଦଲାସା ଦକ୍ଷୀଣ ଭାରତର ଫିଲ୍ମ ଯଥା ଫିଟିଂ ମାଷ୍ଟର, ଆଲସ୍ୟମ ଅମୃତମ, ପଠାୟମରାମ କୋଡି ଏବଂ ପଟିୟାଲା ଡ୍ରିମରେ କାମ କରିଛନ୍ତି, ମହାଅକ୍ଷୟ ନିଜ କ୍ୟାରିଅର ଆରମ୍ଭ ବଲିଉଡ ଫିଲ୍ମ ଜିମିରୁ କରିଥିଲେ ।