ନଈ ନେଇଗଲା ଜୀବନ । ବାଙ୍କୁଆଳ କୁଆଖାଇରୁ ଉଦ୍ଧାର ନାବାଳକ, କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ, ୪ବନ୍ଧୁ ସାଙ୍ଗ ହୋଇ ଗାଧୋଇବା ବେଳେ ବୁଡି ଯାଇଥିଲେ ନାବାଳକ ।

381

କନକ ବ୍ୟୁରୋ : ମୃତ୍ୟୁ କାହାପାଇଁ କେତେ ବେଳେ କେମିତି ଆସେ ତାହା କହିବା ମୁସକିଲ । ଯାହା ଘଟିଛି ବାଙ୍କୁଆଳର କୁଆଖାଇରେ । ଲକ୍ଷ୍ମୀସାଗର ଅଂଚଳର ୪ ଜଣ ସାଙ୍ଗ ଆଜି କୁଆଖାଇରେ ଗାଧୋଇବାକୁ ଯାଇଥିଲେ । ସମସ୍ତେ ସାଙ୍ଗ ହୋଇ ନଦୀ ପାର ହେଉଥିବାବେଳେ ଜଣେ ନାବାଳକ ଅଚାନକ ବୁଡି ଯାଇଥିଲେ । ଅନ୍ୟ ସାଥୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ । ବାଲିଅନ୍ତା ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ଶେଷରେ ବୁଡିଯାଇଥିବା ନାବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ନାବାଳକକୁ ମୃତ ଘୋଷଣା କରାଯାଇଥିଲା ।

ବାଙ୍କୁଆଳ କୁଆଖାଇ ନଦୀରେ ବୁଡିଯିବା ପରେ ମହେଶ୍ୱର ପୃଷ୍ଟି ନାମକ ଯୁବକଙ୍କୁ ଉଦ୍ଧାର କରାଯାଇ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲା । ପୁଅକୁ ବଂଚାଇବା ପାଇଁ କାନ୍ଦି କାନ୍ଦି ନିବେଦନ କରୁଥିଲେ ଭଉଣୀ । ଉଦ୍ଧାର କରାଯିବା ପରେ ସଙ୍ଗେ ସଙ୍ଗେ ମହେଶ୍ୱରଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସବୁଦିନ ପାଇଁ ନିରବିଗଲେ ମହେଶ୍ୱର ।

ବାଙ୍କୁଆଳ କୁଆଖାଇକୁ ମହେଶ୍ୱର ଓ ତାର ୩ବନ୍ଧୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ । ସମସ୍ତେ ସାଙ୍ଗ ହୋଇ ନଦୀ ପାର ହେଉଥିଲେ । ହେଲେ ମହେଶ୍ୱର ପୃଷ୍ଟି ନାମକ ଜଣେ ନାବାଳକ ଅଚାନକ ବୁଡି ଯାଇଥିଲେ । ସେ ବୁଡି ଯାଉଥିବା ଦେଖି ଅନ୍ୟ ସାଥୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ସଫଳ ହୋଇନଥିଲେ ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବାଲିଅନ୍ତା ଅଗ୍ନିଶମ ବାହିନୀ । ବହୁ ଖୋଜାଖୋଜି ପରେ ଶେଷରେ ବୁଡିଯାଇଥିବା ନାବାଳକ ମହେଶ୍ୱରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲେ ମଧ୍ୟ ତାକୁ ବଂଚାଇବା ଡାକ୍ତରଙ୍କ ପକ୍ଷରେ ସମ୍ଭବ ହୋଇନଥିଲା ।