ବିନା ପୋଷାକରେ , ହାଡଭଙ୍ଗା ଶୀତରେ , ପାହାଡ ଉପରେ ମାର୍ସଲ ଆଟ୍ ଦେଖାଉଛନ୍ତି ଆଇଟିବିପିର ଯବାନ୍ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ ।

235

ଉତ୍ତରଭାରତରେ ଶୀତର ପ୍ରକୋପ ଜାରୀ ଥିବାବେଳେ ପାହାଡରେ ବି ଖୁବ୍ ବରଫ ପଡୁଛି ଏବଂ ରକ୍ତକୁ ଜମାଇଦେଲା ଭଳି ଥଣ୍ଡା ହେଉଛି । ଏଭଳି ସ୍ଥିତିରେ ଉତ୍ତରାଖଣ୍ଡର ଓଲିରେ ୧୧ ହଜାର ଫୁଟ୍ ର ଉଚ୍ଚତାରେ ଭାରତୀୟ-ତିବ୍ଦତ ବୋର୍ଡର ପୋଲିସତ (ଆଇଟିବିପି) ର ଯବାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଦେହ ଥରାଇଦେଲା ଭଳି ଥଣ୍ଡାରେ ଯବାନ ମାର୍ସଲ ଆର୍ଟ କରୁଥିବା ଦୃଶ୍ୟ ଏହି ଭିଡିଓରେ ଦେଖାଯାଉଛି । ଯବାନମାନେ ଶରୀରରେ କୌଣସି ଗରମ କପଡା ପିନ୍ଧିନାହାନ୍ତି । ଶରୀରର ଉପରି ଅଂଶରେ କିଛି ନ ପିନ୍ଧି ଯବାନ ମାର୍ସଲ ଆର୍ଟ କରୁଛନ୍ତି ।

ସୋସିଆଲ୍ ମିଡିଆରେ କିଛି ଦିନ ହେବ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓକୁ ଦେଖି ଲୋକ କହୁଛନ୍ତି ଯେ ପ୍ରତିକୂଳ ପାଗର ପ୍ରଭାବ ଯବାନଙ୍କ ଉପରେ ପଡିବ ନାହିଁ କାରଣ ସେମାନେ ଦେଶର ସୁରକ୍ଷା ପାଇଁ ସୀମାରେ ପ୍ରହରା ଦେଉଛନ୍ତି । ତେବେ ଏତେ ଥଣ୍ଡାରେ ଯବାନଙ୍କର ଏଭଳି କୌଶଳକୁ ସମସ୍ତେ ପ୍ରଶଂସା କରିଛନ୍ତି । ହିମାଚଳ,ଉତ୍ତରାଖଣ୍ଡ ଏବଂ ଜମ୍ମୁ-କାଶ୍ମୀରର କେତେ ସ୍ଥାନରେ ତାପମାନ ମାଇନସ୍ ତଳକୁ ଚାଲିଆସିଛି । କିଛି ସ୍ଥାନରେ ଏତେ ମାତ୍ରାରେ ଥଣ୍ଡା ପଡୁଛି କି ଲୋକଙ୍କ ଘରକୁ ବାହାରିବା କଷ୍ଟକର ହୋଇପଡୁଛି । ଏଭଳି ଅବସ୍ଥାରେ ଯବାନ ମାନଙ୍କ ଏଭଳି କାମ ଲୋକଙ୍କୁ ପ୍ରେରିତ କରୁଛି ।