କୁମ୍ଭ ମେଳା :  ଆପଣ ଜାଣନ୍ତି କି ତିବତରେ ବି ଆୟୋଜିତ ହୋଇଥିଲା କୁମ୍ଭ ମେଳା ?

96

ପ୍ରତି ୧୨ ବର୍ଷ ବ୍ୟବଧାନରେ ମହାକୁମ୍ଭ ମେଳାର ଆୟୋଜନ ହୋଇଥାଏ । ଦେଶର ୪ଟି ଜାଗାରେ କୁମ୍ଭ ମେଳାର ଆୟୋଜନ ହୋଇଥାଏ-ହରିଦ୍ୱାର କୁମ୍ଭ ମେଳା, ଆହ୍ଲାବାଦ କୁମ୍ଭ ମେଳା, ନାସିକ୍-ତ୍ରମ୍ବକେଶ୍ୱର ସିଂହସ୍ଥ କୁମ୍ଭ ଓ ଉଜ୍ଜୟିନୀ  ସିଂହସ୍ଥ । କୁମ୍ଭ  ମେଳାର ଆୟୋଜନ ବୃହସ୍ପତି, ସୂର୍ଯ୍ୟ ଓ ଚନ୍ଦ୍ର ଗ୍ରହର ବିଶେଷ ସ୍ଥିତିରେ କରାଯାଏ । କୁହାଯାଏ କି ସାଗର ମନ୍ଥନ ସମୟରେ ବାହାରିଥିବା ଅମୃତ କଳସରୁ କିଛି ଅମୃତର ବୁନ୍ଦ ସେହି ସ୍ଥାନରେ ପଡିଥିଲା, ଯେଉଁଠି କୁମ୍ଭର ଆୟୋଜନ ହୋଇଥାଏ । କୁହାଯାଏ କି ଯେଉଁ ସମୟରେ କୁମ୍ଭର ଆୟୋଜନ ହୋଇଥାଏ, ସେହି ସମୟରେ ସେଠାକାର ନଦୀର ପାଣି ଅମୃତରେ ବଦଳିଯାଏ ଓ ଏଥିରେ ସ୍ନାନ କରିବା ଦ୍ୱାରା ମୁକ୍ତି ମିଳିଥାଏ । ଏହାକୁ ଦୁନିଆର ସବୁଠାରୁ ବଡ ଧାର୍ମିକ ଉତ୍ସବ ଭାବେ ଜଣାଯାଏ । ଏଥର ଆହ୍ଲାବାଦ କୁମ୍ଭରେ ହୋଇଥିବା ଆକଳନ ଅନୁସାରେ, ଗୋଟିଏ ଦିନରେ ପାଖାପାଖି ୧.୫ କୋଟି ଲୋକ ଥରକରେ ସଙ୍ଗମରେ ବୁଡ ପକାଇଛନ୍ତି ।

କୁମ୍ଭରେ ସବୁଠାରୁ ବଡ ଦୁର୍ଘଟଣା ୧୮୨୦ ମସିହାରେ ହୋଇଥିଲା । ସେହି ସମୟରେ ସେଠି ୪୩୦ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା । ବହୁତ କମ୍ ଲୋକ ଜାଣିଥିବେ କି, କୁମ୍ଭ ମେଳାର ଆୟୋଜନ ତିବତ୍ ରେ ବି କରାଯାଇଛି । କାମା ମେକଲେନଙ୍କ ବହି ପିଲିଗ୍ରିମେଜ୍ ଆଣ୍ଡ ପାୱାରରେ ଏହି କଥା ବିଷୟରେ ଉଲ୍ଲେଖ ଅଛି । ଏହି ବହିରେ ୧୭୬୫ରୁ ୧୯୫୪ର କୁମ୍ଭ ମେଳା ଉଲ୍ଲେଖ ଅଛି । କୁହାଯାଏ କି, ଏହା ପାଖାପାଖି ୨ହଜାର ବର୍ଷ ପୁରୁଣା ଉତ୍ସବ । କୁମ୍ଭ ମେଳା ସର୍ବପ୍ରଥମେ ଲିଖିତ ସାକ୍ଷ୍ୟ ଚିନି ଯାତ୍ରୀ ହୁଏନସାଙ୍ଗଙ୍କ ବର୍ଣ୍ଣନାରେ ମିଳେ । ଯିଏ ରାଜା ହର୍ଷବର୍ଦ୍ଧନ ସମୟରେ ଭାରତକୁ ଆସିଥିଲେ ।