ବିବାହ ବେଦିରୁ ଉଠିଗଲା କନ୍ୟା, ବେଦିକୁ ଆସିଲାନି ବର । କୋଟିଏ ଟଙ୍କା ଯୌତୁକ ଦାବିରେ ଭାଙ୍ଗିଗଲା ବାହାଘର ।

47

 କନକ ବ୍ୟୁରୋ : ଅନୁଗୁଳରେ ଏକ ବିବାହ ଘର ଭାଙ୍ଗିଯିବା ଚର୍ଚ୍ଚାର ବିଷୟ ହୋଇଛି । କୋଟିଏ ଟଙ୍କା ପାଇଁ  ଭାଙ୍ଗିଗଲା ବାହାଘର । ବେଦୀକୁ ଆସିଲେନି ବର ।  ଥାନାରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମଙ୍ଗୁଳା କନିଆ ।  ସାଜସଜ୍ଜାରେ ଚମକୁ ଥିଲା  ମଣ୍ଡପ ।  କନ୍ୟା  ବେଶରେ ସଜେଇ ହୋଇ ବର ଅପେକ୍ଷାରେ ଥିଲା ମଙ୍ଗୁଳା ଝିଅ । ବରଯାତ୍ରୀ ବି  ବାହାରିପଡିଥିଲା ।  ଆଉ କିଛି ସମୟ ପରେ ହୋଇଥାନ୍ତା ବାହାଘର ।

କିନ୍ତୁ ସବୁ ଓଲଟପାଲଟ ହୋଇଯାଇଥିଲା ।  ଖବର ଅନୁସାରେ,  ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଂଚଳର ଯୁବତୀଙ୍କ ସହ  ଅନୁଗୁଳର ଶାନ୍ତି ସ୍ୱରୂପଙ୍କ ସହ ବାହାଘର ଠିକ୍ ହୋଇଥିଲା ।  ଉଭେୟ ସଫଟୱେର ଇଞ୍ଜିନିୟର ଭାବେ କାମ କରନ୍ତି  ।  ଗତ ୨୧ ତାରିଖରେ ଏକ ହୋଟେଲରେ ଉଭୟଙ୍କ ନିର୍ବନ୍ଧ  ହୋଇଥିଲା  ଝିଅଘର ଲୋକେ ଶାନ୍ତିସ୍ୱରୂପଙ୍କୁ ୨୦ ଲକ୍ଷ ଦେଇଥିଲେ ।  କିନ୍ତୁ ଶାନ୍ତିସ୍ୱରୂପଙ୍କ ପରିବାର ଲୋକେ ଯୌତୁକ ବାବଦରେ ୧ କୋଟି ଟଙ୍କା ଦାବି କରିଥିଲେ ।  ଫଳରେ ବାହାଘର ଭାଙ୍ଗିଯାଇଛି । ମଙ୍ଗୁଳା କନିଆର ଏତଲାକୁ ଭିତିକରି  ତଦନ୍ତ ଚାଲିଛି ।

ଏବେ ବି ଆମ  ସମାଜରେ ରହିଛି ଯୌତୁକ ଭଳି ଘୃଣ୍ୟ ପ୍ରଥା । ମଣିଷ ଯେତେ ଶିକ୍ଷିତ, ସଭ୍ୟ ହେଉଛି  ସେତିକି ବଶବର୍ତୀ ହେଉଛି  ଅର୍ଥର । ଯାହାକୁ ନେଇ ବେଦିରୁ ଉଠିଯାଇଛି କନ୍ୟା । ଏହାକୁ ନେଇ  ଅନୁଗୁଳରେ ଆଲୋଚନା ଜୋର ହେଉଛି । ଟଙ୍କା ପାଇଁ  ମଣିଷ କେତେ ତଳକୁ ଯାଇପାରେ  ତାର ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି  ଅନୁଗୁଳରେ ।