କରୋନା କାଳରେ ବାତ୍ୟା ମୁକାବିଲାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ । ବିପର୍ଯ୍ୟୟ ସମୟରେ ଏକାଠି ମୁକାବିଲାର ଦେଲେ ଆହ୍ୱାନ

195

କନକ ବ୍ୟୁରୋ : ଆଜି ମନ କି ବାତରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରି, କରୋନା ଯୋଦ୍ଧାଙ୍କ ପ୍ରଶଂସା କରିବା ସହ ବାତ୍ୟା ମୁକାବିଲାରେ ରାଜ୍ୟମାନେ ଯେଉଁସବୁ ପଦକ୍ଷେପ ନେଇଛନ୍ତି ତାକୁ ପ୍ରଶଂସା କରିଛନ୍ତି ।
ମନକି ବାତରେ ମୋଦି କହିଛନ୍ତି, ୧୦ ଦିନ ଭିତରେ ଦେଶ ୨ଟି ବାତ୍ୟାର ସାମ୍ନା କରିଛି । ବାତ୍ୟା ମୁକାବିଲାରେ ରାଜ୍ୟ ଗୁଡିକର ଉଦ୍ୟମ ପ୍ରଶଂସନୀୟ । ଉପଯୁକ୍ତ ସମୟରେ ଉଚିତ୍ ପଦକ୍ଷେପ ପାଇଁ ଅଧିକ କ୍ଷୟକ୍ଷତି ହୋଇନାହିଁ । ତେଣୁ ବାତ୍ୟା ମୁକାବିଲାରେ ରାଜ୍ୟଗୁଡିକର ଉଦ୍ୟମ ପ୍ରଶଂସନୀୟ ।
ସେହିଭଳି କରୋନା ଲଢେଇ ନେଇ ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ କହିଛନ୍ତି, ଦେଶବାସୀ ଏକଜୁଟ୍ ହୋଇ କରୋନା ବିରୋଧରେ ଲଢୁଛନ୍ତି । ବଡ ବିଜୟ ପାଇଁ ଦୃଢ ସଂକଳ୍ପର ଆବଶ୍ୟକତା ରହିଛି । ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟକର୍ମୀ କାମ କରୁଛନ୍ତି । ଯୁଦ୍ଧସ୍ତରରେ ଚାଲିଛି ଅକ୍ସିଜେନ୍ ଯୋଗାଣ… ୨ୟ ଲହର ସମୟରେ ଅକ୍ସିଜେନର ଆବଶ୍ୟକତା ବଢିଛି । ଅକ୍ସିଜେନ୍ ଯୋଗାଇବାକୁ ଯୁଦ୍ଧସ୍ତରରେ କାମ ଚାଲିଛି । ଅକ୍ସିଜେନ୍ ଏକ୍ସପ୍ରେସ ଜରିଆରେ ପହଞ୍ଚାଯାଉଛି ଅକ୍ସିଜେନ୍ । ଜଳ-ସ୍ଥଳ-ଆକାଶ ପଥରେ ଚାଲିଛି ଅକ୍ସିଜେନ୍ ସ୍ଥାନାନ୍ତରଣ । ଦେଶରେ ଅକ୍ସିଜେନ୍ ଉତ୍ପାଦନ ୧୦ଗୁଣା ଯାଏଁ ବଢିଛି । ଦେଶରେ ୨୫୦୦ ଟେଷ୍ଟିଂ ଲ୍ୟାବ୍ କାମ କରୁଛି । ଦୈନିକ ଦେଶରେ ୨୦ ଲକ୍ଷରୁ ଅଧିକ ଟେଷ୍ଟିଂ ହେଉଛି ।