ଶେଷ ୩ବର୍ଷର ଫଳାଫଳ ଅନୁସାରେ ପ୍ରକାଶ ପାଇପାରେ ସିବିଏସଇ ଦ୍ୱାଦଶ ରେଜଲ୍ଟ । ନବମ, ଦଶମ ଓ ଏକାଦଶ ଫଳାଫଳ ଅନୁସାରେ ହୋଇପାରେ ମୂଲ୍ୟାଙ୍କନ ।

549

କନକ ବ୍ୟୁରୋ: ଶେଷ ୩ବର୍ଷ ଫଳାଫଳ ଅନୁସାରେ ପ୍ରକାଶ ପାଇପାରେ ସିବିଏସଇ ଦ୍ୱାଦଶ ରେଜଲ୍ଟ । ଏଭଳି ଏକ ପ୍ରସ୍ତାବ ଉପରେ ଚର୍ଚ୍ଚା ହେଉଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ନବମ, ଦଶମ ଏବଂ ଏକାଦଶ ଶ୍ରେଣୀର ଫଳାଫଳ ଅନୁସାରେ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରିପାରେ ସିବିଏସଇ । ଅଧିକାଂଶ ରାଜ୍ୟ ପରୀକ୍ଷା କରିବାକୁ ଚାହୁଁଥିବା ବେଳେ କିଛି ରାଜ୍ୟ ପରୀକ୍ଷା ପୂର୍ବରୁ ସ୍କୁଲ କର୍ମକତା ଏବଂ ଶିକ୍ଷକଙ୍କର ଟିକାକରଣ ପାଇଁ ଦାବି କରିଛନ୍ତି ।

ଏହାରି ଭିତରେ କିଛି ରାଜ୍ୟ ଅଳ୍ପ ବିଷୟରେ ପରୀକ୍ଷା କରି ଫଳାଫଳ ବାହାର କରିବାକୁ ମଧ୍ୟ ଇଛା ପ୍ରକାଶ କରିଛନ୍ତି । ସିବିଏସଇର ନିଷ୍ପତି ଉପରେ ବିଭିନ୍ନ ରାଜ୍ୟର ବୋର୍ଡଗୁଡ଼ିକ ମଧ୍ୟ ନଜର ରଖିଛନ୍ତି । ସେହିପରି ଆଗକୁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ଗୁଡ଼ିକ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ବି । ଏସବୁ ଚର୍ଚ୍ଚା ବାହାରେ ସିବିଏସଇ ଆଉ ୨ଟି ପ୍ରସ୍ତାବ ଉପରେ ମଧ୍ୟ ଚିନ୍ତା କରୁଛି । ସେଗୁଡିକ ହେଲା ବିକଳ୍ପ-ଏ ଏବଂ ବିକଳ୍ପ-ବି । ବିକଳ୍ପ-ଏ ଅନୁସାରେ ଅଗଷ୍ଟ ୧ରୁ ୨୦ ତାରିଖ ଭିତରେ ୧୯ଟି ବିଷୟରେ ପରୀକ୍ଷା କରିବାର ପ୍ରସ୍ତାବ ଥିବା ବେଳେ ବିକଳ୍ପ-ବି ପ୍ରମୁଖ ବିଷୟ ଗୁଡ଼ିକର ଅବଜେଟିଭ ପରୀକ୍ଷା ପାଇଁ ପ୍ରସ୍ତାବ ରହିଛି ।