ବାତ୍ୟା ‘ୟାସ୍’ ଚାଲିଯାଇଛି, ଚିହ୍ନ ଛାଡ଼ିିଯାଇଛି । ଆକସ୍ମିକ ବନ୍ୟା ଫଳରେ ଦୁର୍ଦ୍ଦଶାରେ ଜୀବନ, ଧିରେ ଧିରେ ଅଣ୍ଟା ସଳଖୁଛି ଦଶରଥପୁର ।

80

କନକ ବ୍ୟୁରୋ: ବାତ୍ୟାର ଭୟ  ପ୍ରକୋପ ମନରୁ ନଯାଉଣୁ  ମାଡି ଆସିଥିଲା ବନ୍ୟା । ବୈତରଣୀରେ ଆକସ୍ମିକ ବନ୍ୟା ଆସିବା ଫଳରେ ଲୋକେ ଭୟଭୀତ ହୋଇପଡିଥିଲେ । ଅନ୍ୟ ପଟେ ଦଶରଥପୁର ବ୍ଲକ କଂଟପଡାରେ ୩ଟି  ଓ ପହ୍ଲାସାହି ଠାରେ ଗୋଟିଏ ଘାଇ ସୃଷ୍ଟି ହୋଇ କିଛି ପଂଚାୟତବାସୀଙ୍କୁ ପ୍ରଭାବିତ କରିଛି ।  ଜଳସ୍ତର କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ କିଛି ଗାଁରୁ  ସଂପୂର୍ଣ୍ଣ ବନ୍ୟା ପାଣି ଛାଡିନି । ଅନେକ ସ୍ଥାନରେ ଚାଷଜମିରେ ବର୍ଷା ଜଳ ଜମି ରହିଥିବା ବେଳେ ନିଷ୍କାସିତ ହୋଇପାରିନାହିଁ । ଅନ୍ୟ ପଟେ ଘର ବାହୁଡା ଲୋକ ନିଜର ଭଙ୍ଗା ଘର ସଜାଡିବାରେ ବ୍ୟସ୍ତ ।

ଭଙ୍ଗା ଘରକୁ ମାଟିରେ ଲିପି ଠିକ କରୁଥିବା ବେଳେ କିଏ  ସେଥିରେ ସହଯୋଗ କରୁଥିବାର ଚିତ୍ର ଦେଖିବାକୁ ମିଳିଛି । ଚଳିତ ବର୍ଷର ବାତ୍ୟା ଓ ବନ୍ୟା ଦଶରଥପୁର,ବିଂଝାରପୁର,ଯାଜପୁର ଏବଂ କୋରେଇ ବ୍ଲକର ପାୟ ୨୫ ହଜାରରୁ ଉର୍ଦ୍ଧ ଲୋକ କ୍ଷତିଗ୍ରସ୍ତ ହୋଇଥିବା ପ୍ରଶାସନ କହୁଛି ।  ସେଥିରୁ ୧୩ ହଜାର ଉର୍ଦ୍ଧ ଲୋକ ପାଣି ଘେରରେ ରହି ପ୍ରଭାବିତ ହୋଇଥିଲେ । ବୈତରଣୀର ଶାଖା କାଣୀ ନଦୀରେ ହୋଇଥିବା ଘାଇର ମରାମତି  ଆରମ୍ଭ ହୋଇଥିବା ବେଳେ  ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି ।