ବିଧାନସଭାରେ ମଣ୍ଡି ଅବ୍ୟବସ୍ଥା ନେଇ ଆଲୋଚନା : ରାଜ୍ୟ ସରକାରଙ୍କୁ ବିଜେପିର ଟାଗେର୍ଟ; ସେପଟେ ଏଫସିଆଇ ଧାନ ଉଠାଉ ନଥିବା ଅଭିଯୋଗ କଲା ବିଜେଡ଼ି

ଟୋକନ ବ୍ୟବସ୍ଥା ସମ୍ପୁର୍ଣ୍ଣ ଉର୍ଚ୍ଚେଦ ନହେଲେ ସୋସାଇଟି ମାଧ୍ୟମରେ ଟୋକନ ଦେବାକୁ ବିଜେପିର ଦାବି

140

କନକ ବ୍ୟୁରୋ : ଚାଷୀ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ନେଇ ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ପରେ ପରେ ଆଜି ଗୃହରେ ମଣ୍ଡି ଅବ୍ୟବସ୍ଥା ନେଇ ଆଲୋଚନା ଚାଲିଛି । ମଣ୍ଡି ଅବ୍ୟବସ୍ଥା ନେଇ ରାଜ୍ୟସରକାରଙ୍କୁ ବିଜେପିର ଟାର୍ଗେଟ । ଟୋକନ ବ୍ୟବସ୍ଥା ସଂପୂର୍ଣ୍ଣ ଉଚ୍ଚେଦ ହେଉ ନହେଲେ ସୋସାଇଟି ମାଧ୍ୟମରେ ଟୋକନ ଦେବାକୁ ଦାବି କରିଛନ୍ତି । ଭୁବନେଶ୍ୱରରେ ଟୋକନ ବ୍ୟବସ୍ଥା ନିୟନ୍ତ୍ରିତ ନହେଉ । ଗୋଟିଏ କ୍ୱିଂଟାଲରେ ୧୨ କିଲୋ କଟାଯାଉଛି । ସୋସାଇଟି, ଜିଲ୍ଳାପାଳ, ରାଜ୍ୟସରକାର ଭାଗ ଏଥିରେ ରହୁଛି । ଧାନ କିଣାରେ ବ୍ୟାପକ ଦୁର୍ନିତ ହେଉଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ।

ସେପଟେ ଧାନ କିଣା ପ୍ରସଙ୍ଗରେ କଂଗ୍ରେସ ଦୋହରା ନୀତି ଗ୍ରହଣ କରୁଥିବା ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି । ଧାନ କିଣା ଟଙ୍କା କେନ୍ଦ୍ର ଦେଉନାହିଁ । ଧାନ ସବସିଡି ବାବଦକୁ ୭ ହଜାର ୩୪୮ କୋଟି ଟଙ୍କା ବାକି ଅଛି । ରାଜ୍ୟ ୧୦ ହାଜର କୋଟି ଋଣ କରିସାରିଲେଣି । ମିଲର ରାଜ୍ୟ ସରକାର ଏଜେଂଟ ନୁହଁନ୍ତି , ଏଫସିଆଇ କେନ୍ଦ୍ର ସରକାରଙ୍କ ଏଜେଂଟ । ଏଫଏକ୍ୟୁ ମାନ ନିର୍ଦ୍ଧାରଣ କଡାକଡି କରାଗଲେ ୩୦ ପ୍ରତିଶତ ଚାଷୀ ଧାନ ବିକ୍ରି କରିପାରିବେନି । ଏଫସିଆଇ ଗତ ବର୍ଷ ଲକ୍ଷ ୨୮ ମେଟ୍ରିକ ଟନ ଚାଉଳରୁ ୧୭ ଲକ୍ଷ ମେଟ୍ରିକ ଟନ ଉଠାଇଲେ ନାହିଁ । ମଣ୍ଡିକୁ ନେଇ କେବଳ ରାଜନୀତିକରଣ କରାଯାଉଛି । କିଛି ଜାଗାରେ ସମସ୍ୟା ଅଛି ଯାହା କେନ୍ଦ୍ର ପାଇ ହେଉଛି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।