ସତର୍କ କରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ : ସଂକ୍ରମଣ ନେଇ ପରିସ୍ଥିତି ବିଗିଡିଲେ ପୁଣି ହୋଇପାରେ ଲକଡାଉନ୍ 

1,003

କନକ ବ୍ୟୁରୋ : କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ପରିସ୍ଥିତି ବିଗିଡିଲେ ହୋଇପାରେ ଲକଡାଉନ୍ । ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି ରାଜ୍ୟ ସରକାର । ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲାପାଳ ଓ ଏସପିଙ୍କୁ ସଜାଗ ରଖାଯାଇଛି । କୋଭିଡ୍ ନିୟମ ମାନିବାକୁ ଅନୁରୋଧ କଲେ ମନ୍ତ୍ରୀ । ଟେଷ୍ଟିଂ ବଢାଇବାକୁ ଦେଲେ ସୂଚନା ।

ଦେଶର ୫ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡିଶାରେ ଚିନ୍ତା ବଢ଼ିଯାଇଛି । ଯଦିଓ ଓଡିଶାରେ ଲଗାତାର ଭାବେ ସଂକ୍ରମଣ କମ ରହିଛି, ତେବେ ଆଗକୁ ଏହା ଯେ ଏହା ନ ବ୍ୟାପିବ ତାହା କହିବା ମୁସକିଲ । ଅନ୍ୟପଟେ ରାଜ୍ୟରେ କରୋନା କଟକଣାକୁ ଆଉ ପୂର୍ବଭଳି କେହି ମାନୁନଥିବାରୁ ଏହି ଆଶଙ୍କା ଆହୁରି ବଢ଼ି ଯାଇଛି । କରୋନାର ନୂଆ ନୂଆ ଷ୍ଟ୍ରେନ୍ ଏବଂ ପଡ଼ୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ, କରୋନାକୁ ନେଇ ପୁଣି ଥରେ ଚିନ୍ତା କରିବାର ସମୟ ଆଣି ଦେଇଛି । ସ୍ପେଶାଲ ରିଲିଫ୍ କମିଶନର, ରାଜ୍ୟର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ଏସ୍ପି ମାନଙ୍କୁ ଚିଠି ଲେଖିଛନ୍ତି । କରୋନା ନିୟମ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ତା ଉପରେ ନଜର ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେପରିକି …

୧- ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସମାଜିକ ଦୂରତା ମାନିବା ନିୟମ ଉପରେ ଜିଲ୍ଲା ଓ ପୁଲିସ ଅଧିକାରୀ ନଜର ରଖିବେ

୨- ବଜାର ଓ ହାଟ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଲାଉଡସ୍ପିକର ଜରିଆରେ ସତର୍କ କରିବେ ଜିଲ୍ଲା ପ୍ରଶାସନ

୩- ସରକାରୀ ଓ ବେସରକାରୀ କାର୍ୟ୍ୟାଳୟରେ ନିୟମ ପାଳନ ନେଇ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ

୪- ବାହାଘର, ଧାର୍ମିକ ସମାବେଶ, ଖେଳ, ସାଂସ୍କୃତିକ ଆଦି ସମାବେଶରେ କୋଭିଡ୍ ନିୟମ ପାଳନ ବାଧ୍ୟତାମୂଳକ ହେବ

୫- ସ୍କୁଲ ଓ କଲେଜରେ ନିୟମ ପାଳନ ଉପରେ ସଂପୃକ୍ତ ଅଧିକାରୀ ଓ ଶିକ୍ଷକମାନେ ନଜର ରହିବେ

୬-କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ଦରକାର 

୭-ହୋଟେଲ, ରେସ୍ତୁରାଂଟ, ଢ଼ାବା ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ଖାଇବା ସମୟରେ ନିୟମ ପାଳନ ଉପରେ ପୁଲିସ ନଜର ରଖିବ

୮-ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନ କରୋନା ନିୟମ ଭାଙ୍ଗିଲେ ଦୋକାନକୁ ସିଲ୍ କରାଯାଇପାରେ