ଲୋକସଭାରେ ଉଠିଲା ଓଡିଶା ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ । ଧାନ କିଣାକୁ ନେଇ ସଂସଦରେ ପ୍ରଶ୍ନ କଲେ ସୁରେଶ ପୂଜାରୀ ।

164

କନକ ବ୍ୟୁରୋ: ଲୋକସଭାରେ ଉଠିଲା ଓଡିଶା ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗ । ମାସ ମାସ ଧରି ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି କରିବା ପାଇଁ ବସି ରହିଛି । ହଜାର ହଜାର ବସ୍ତା ଧାନ ମଣ୍ଡି ଆଗରେ ପଡି ରହିଛି  କିନ୍ତୁ ରାଜ୍ୟ ସରକାର ଏହାକୁ କିଣିବା ପାଇଁ ପଦକ୍ଷେପ ନେଉ ନାହାନ୍ତି ବୋଲି କହିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । ଜଳସେଚିତ ଅଂଚଳରେ ଏକର ପିଛା ୪୦ କ୍ୱିଂଟାଲ ଧାନ ଅମଳ ହେଉଥିବା ବେଳେ ରାଜ୍ୟ ସରକାର ମାତ୍ର ୧୯ କ୍ୱିଂଟାଲ କିଣୁଛନ୍ତି । ଅବଶିଷ୍ଟ ଧାନକୁ ନେଇ ଚାଷୀ କଣ କରିବ ବୋଲି ଉଦବେଗ ପ୍ରକାଶ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ଅନ୍ୟପଟେ ଦେଶରେ କୌଣସି ରାଜ୍ୟରେ ଟୋକନ ବ୍ୟବସ୍ଥା ନଥିବା ବେଳେ ଏହି ବ୍ୟବସ୍ଥା ଚାଷୀକୁ ହନ୍ତସନ୍ତ କରୁଥିବା ସେ କହିଛନ୍ତି । କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଓ ଚାଷୀଙ୍କ ଆୟ ଦୁଇଗୁଣା କରିବା କଥା କହୁଥିବା ବେଳେ ଓଡିଶାର ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱଦେବାକୁ ସେ ଅନୁରୋଧ କରିଛନ୍ତି ।