ମିଛ ମୋବାଇଲ ଚୋରି ଅଭିଯୋଗରେ ଭଦ୍ରବ୍ୟକ୍ତିଙ୍କୁ ମାଡ ଘଟଣା ! ମାଡ ଖାଇଥିବା ଅଧିକାରୀ କହିଲେ, କଡା ସୁରକ୍ଷା ଭିତରେ ଭିଆଇପି ଗ୍ୟାଲେରୀକୁ ସମ୍ପୃକ୍ତ ମହିଳା ପଶିଲେ କେମିତି ?

40

କନକ ବ୍ୟୁରୋ : ଭୁବନେଶ୍ୱରରେ ମୋବାଇଲ ପାଇଁ ମିଛରେ ମାଡ ଖାଇଥିଲେ ଜଣେ ଭଦ୍ରବ୍ୟକ୍ତି । ବରମୁଣ୍ଡା ଖେଳପଡିଆରେ କୃଷି ମହୋତ୍ସବ ଚାଲିଥିଲା । ହାଠତ ସେଠାରେ ଆରମ୍ଭ ହୋଇଥିଲା ମାରପିଟ ଓ ଟଣାଓଟରା । ଜଣେ ମହିଳା ଓ ତାଙ୍କ କିଛି ସମର୍ଥକ ଜଣେ ଭଦ୍ରବ୍ୟକ୍ତିଙ୍କୁ ମାଡ ମାରିଥିଲେ । ମହିଳା ଜଣକ ତାଙ୍କ ମୋବାଇଲ ଚୋରି ହୋଇଯାଇଥିବା ଅଭିଯୋଗ କରି ପାଟିତୁଣ୍ଡ କରିବାରୁ ସମ୍ପୃକ୍ତ ଭଦ୍ରବ୍ୟକ୍ତିଙ୍କୁ ମାଡ ମାରିଥିଲେ । ହେଲେ ପରେ ସେହି ମହିଳାଙ୍କ ଭ୍ୟାନିଟ୍ ବ୍ୟାଗରୁ ତାଙ୍କ ମୋବାଇଲ ମିଳିଥିଲା । ତେବେ ଭଦ୍ରବ୍ୟକ୍ତି ଜଣଙ୍କ ମାଡ ଖାଇବାରୁ ତାଙ୍କର ମାନହାନୀ ଘଟିଛି । ତେଣୁ ସେ ଦୁଃଖ ପ୍ରକଶ କରିଛନ୍ତି । ଉକ୍ତ ଭଦ୍ର ବ୍ୟକ୍ତି ନାମ ହେଲା କୃଷ୍ଣ ଚନ୍ଦ୍ର ନାଏକ । ସେ କୃଷି ବିଭାଗରେ ବ୍ଲକ୍ ଟେକ୍ନୋଲୋଜି ମ୍ୟାନେଜର ଭାବେ ସମ୍ବଲପୁରରେ କାର୍ଯ୍ୟରତ । ସେ କହିଛନ୍ତି, ଏହା ପଛରେ ଏକ ରାକେଟ୍ କାମ କରୁଥାଇପାରେ ।

ସୂଚନାଯୋଗ୍ୟ ବରମୁଣ୍ଡା ଖେଳପଡିଆରେ କୃଷି ମହୋତ୍ସବ ଚାଲିଥିଲା । ହାଠତ ସେଠାରେ ଆରମ୍ଭ ହୋଇଥିଲା ମାରପିଟ ଓ ଟଣାଓଟରା । ଜଣେ ମହିଳା ଓ ତାଙ୍କ କିଛି ସମର୍ଥକ ଜଣେ ଭଦ୍ରବ୍ୟକ୍ତିଙ୍କୁ ଟଚ୍ଚାଓଟରା କରୁଥିଲେ । ମହିଳା ଜଣକ ପାଟି କରୁଥାଆନ୍ତ ତାଙ୍କ ମୋବାଇଲ ଚୋରି ହୋଇଯାଇଛି । ବିଚରା ଲୋକ ଯେତେ କହିଲେ ବି କେହି ଶୁଣିବାକୁ ନାରାଜ ଥିଲେ । କିନ୍ତୁ କିଛି ସମୟ ପରେ ସତ ସାମ୍ନାକୁ ଆସିଯାଇଥିଲା । ମହିଳାଙ୍କ ମୋବାଇଲ ଭ୍ୟାନିଟି ବ୍ୟାଗରେ ହିଁ ଥିଲା । ଗୋଟିଏ ମଡେଲର ମୋବାଇଲ ଉଭୟେ ଧରିଥିବାରୁ ଭଦ୍ରବ୍ୟକ୍ତି ଏପରି ଅପ୍ରତିକର ପରିସ୍ଥିତିର ସମାମ୍ନା କରିଥିଲେ । ଖବର ନେବାରେ ଜଣାପଡିଥିଲା କୃଷି ମହୋତ୍ସବରେ ମହିଳା ଓ ଭଦ୍ରବ୍ୟକ୍ତି ପାଖାପାଖି ବସିଥିଲେ । ଉଭୟଙ୍କ ମୋବାଇଲରେ ସମାନ ରିଙ୍ଗଟୋନ ଥିଲା । ଆଉ ରିଙ୍ଗଟୋନ ବାଜିବାରୁ ସୃଷ୍ଟି ହୋଇଥିଲା ଦ୍ୱନ୍ଦ୍ୱ । ମୋବାଇଲ ଫୋନ ଚୋରି ନେଇ ସଂପୃକ୍ତ ମହିଳା ଚିଲେଇବା ପରେ ଅନ୍ୟମାନେ ତାଙ୍କୁ କାବୁ କରିନେଇଥିଲେ । କିଛି ସମୟ ପାଇଁ ସେଠାରେ ଖଣ୍ଡଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଅଣାୟତ ହେବା ପରେ କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ଉଭୟ ପକ୍ଷକୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।