ଲେଡିଜ୍ ହଷ୍ଟେଲକୁ ଆସୁଥିଲେ ଦିବ୍ୟଶଙ୍କର । ବଡ ଖୁଲାସା କଲେ ମହାଲିଙ୍ଗ କଲେଜ୍ ଛାତ୍ର

1,139

କନକ ବ୍ୟୁରୋ : ଗୋବିନ୍ଦ ସାହୁଙ୍କ ମହାଲିଙ୍ଗ କଲେଜକୁ ନେଇ ବଡ ଖୁଲାସା । ଲେଡିଜ୍ ହଷ୍ଟେଲରେ ଚାଲିଥିଲା ସେକ୍ସ ରାକେଟ୍ । ଆସୁଥିଲେ ନେତା ମନ୍ତ୍ରୀ । ଏନେଇ କନକ ନ୍ୟୁଜକୁ ଫୋନ କଲ ମାଧ୍ୟମରେ ସୂଚନା ଦେଇଛନ୍ତି ମହାଲିଙ୍ଗ କଲେଜରେ ପାଠ ପଢୁଥିବା ଜଣେ ଛାତ୍ର
ଫୋନରେ ସୂଚନା ଦେଇ ଛାତ୍ର ଜଣକ କହିଛନ୍ତି, ଲେଡିଜ୍ ହଷ୍ଟେଲରେ ସେକ୍ସ ରାକେଟ୍ ଚାଲିଥିଲା । କଲେଜରେ ସମସ୍ତଙ୍କୁ ମୋବାଇଲ ମନା ଥିଲା, କିନ୍ତୁ ଯେଉଁ ଝିଅମାନେ ସେକ୍ସ ରାକେଟରେ ସାମିଲ ଥିଲେ ସେମାନଙ୍କୁ ମୋବାଇଲ ଦିଆଯାଉଥିଲା । ନେତା ମନ୍ତ୍ରୀ ମଧ୍ୟ ସେଠାକୁ ଆସୁଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଲେଡିଜ୍ ହଷ୍ଟେଲକୁ ଆସୁଥିବା କଥା ମଧ୍ୟ କହିଛନ୍ତି ଛାତ୍ର ଜଣକ ।
କେବଳ ଏତିକି ନୁହେଁ, ଛାତ୍ର ଜଣକ ଏହା ମଧ୍ୟ କହିଛନ୍ତି କି, ଗୋବିନ୍ଦ ସାହୁ ଲେଡିଜ୍ ହଷ୍ଟେଲରେ ଅଧିକାଂଶ ସମୟ ରହୁଥିଲେ । ଯେତେବେଳେ ଦେଖିବ ତାଙ୍କର ଧଳା ସ୍କୁଟି ହଷ୍ଟେଲ ଆଗରେ ଥୁଆ ହୋଇଥିବ । ଏପରିକି ରାତିରେ ମଧ୍ୟ ତାଙ୍କର ଧଳା ସ୍କୁଟି ହଷ୍ଟେଲ ଆଗରେ ଥୁଆ ହୋଇଥିବାର ଆମେ ଦେଖିଛୁ ।
ମହାଲିଙ୍ଗ କଲେଜରେ ସେକ୍ସ ରାକେଟ୍ ଚାଲିଥିଲା ଏବଂ ହଷ୍ଟେଲକୁ ମନ୍ତ୍ରୀ ଯାଉଥିବା ନେଇ କନକ ନ୍ୟୁଜକୁ ଛାତ୍ର ସୂଚନା ଦେବା ସହ ତାଙ୍କର ପରିଚୟ ଗୋପନ ରଖିବାକୁ ସେ ଅନୁରୋଧ କରିଛନ୍ତି ।