ମମିତା ହତ୍ୟା ମାମଲା: ମହାଲିଙ୍ଗ ଷ୍ଟାଡିୟମ ତଳେ ଅଛି କ’ଣ? ଜେସିବି ଲଗାଇ ଆହୁରି ଖୋଳୁଛି ପୁଲିସ୍…

197

କନକ ବ୍ୟୁରୋ: ମମିତା ହତ୍ୟାକାଣ୍ଡ ଘଟଣା: ମହାଲିଙ୍ଗ ଷ୍ଟାଡିୟମରେ ଏମିତି କ’ଣ ଅଛି? କେଉଁ ପ୍ରମାଣକୁ ଖୋଜୁଛି ପୋଲିସ? ଏନେଇ ପୋଲିସର ଖୋଳତାଡ଼ ଆରମ୍ଭ । ଷ୍ଟାଡିୟମ ପରିସରକୁ ଜେସିବି ଆଣି ପୋଲିସ୍ ଆରମ୍ଭ କରିଛି ମାଟି ଖୋଳା । ଅଧିକ ତଦନ୍ତ ପାଇଁ ମହାଲିଙ୍ଗ ଷ୍ଟାଡିୟମରେ ମାଟି ଖୋଳୁଛି ପୁଲିସ୍ । ସ୍ଥାନୀୟ ଦୁଇ ଜଣ ଲୋକଙ୍କ ସହାୟତାରେ ସେହି ଷ୍ଟାଡିୟମ ଖୋଳା ଚାଲିଛି । ତେବେ ଏହାରି ଭିତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରମାଣ ପୋଲିସ୍ ହାତରେ ଲାଗିଥିବା ସୂଚନା ମିଳୁଛି ।

ଅନ୍ୟପଟେ କିଛି ସମୟ ପୂର୍ବରୁ ମମିତାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ ଉତ୍ତରାଞ୍ଚଳ ଡିଆଇଜି ଓ ଏସପି । କଳାହାଣ୍ଡିର ମହାଲିଙ୍ଗ ଷ୍ଟାଡିୟମରେ ଛନାଭିନ କରିଛନ୍ତିନ୍ତି ବରିଷ୍ଠ ଅଧିକାରୀ । ତେବେ ମଙ୍ଗଳବାର ଦିନ ଏହି ସ୍ଥାନରୁ ମମିତାଙ୍କ ପୋତା ଯାଇଥିବା ସ୍ଥାନ ଖୋଳାଯାଇଥିଲା । ଏହି ସ୍ଥାନରୁ ମିଳିଥିଲା ପାଉଂଜି, ସୁନା ଚେନ୍ ଓ ବ୍ୟାଗ୍ । ୮ ତାରିଖରେ ମମିତାଙ୍କୁ ହତ୍ୟା କରାଯିବା ପରେ ଏହି ସ୍ଥାନରେ ପୋତା ଯାଇଥିବା ପୋଲିସ କହିଥିଲା ।

ତେବେ ଖଣ୍ଡ ଖଣ୍ଡ କରି କଟା ଯାଇଥିଲା ମମିତା ମେହେରଙ୍କ ମୃତଦେହ । ପୋଡିବା ପୂର୍ବରୁ ମୃତଦେହକୁ ଖଣ୍ଡଖଣ୍ଡ କରି କଟାଯାଇଥିଲା । ଘଟଣାର ତଦନ୍ତ କରୁଥିବା ଜଣେ ସାଇଂଟିଫିକ୍ ଟିମ୍ ଅଧିକାରୀଙ୍କ ସୂଚନା ଅନୁସାରେ ପୋଡିବା ସହଜ କରିବାକୁ ଏପରି କରାଯାଇଥିଲା । ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ମିଶି ଏପରି କରିଥିବା ସନ୍ଦେହ କରୁଛି ପୋଲିସ । ମମିତାଙ୍କ ମୃତଦେହ ପ୍ରାୟ ନଷ୍ଟ ହୋଇଯାଇଥିଲା । ତଳେ କାଠ ପ୍ଲାଏ ଉପରେ ଟାୟାର ରଖି ମମିତାଙ୍କୁ ପୋଡାଯାଇଥିଲା ।