ଦ୍ୱିତୀୟ ପାକିସ୍ତାନ ହେବାକୁ ଯାଉଛି ବାଂଲାଦେଶ, ୪୦ ବର୍ଷରେ କମିଲେଣି ୪ ପ୍ରତିଶତ ହିନ୍ଦୁ

164

କନକ ବ୍ୟୁରୋ : ଏବେ ବାଂଲାଦେଶର ସ୍ଥିତି ଦେଖିଲେ ଏହା ଖୁବଶୀଘ୍ର ପାକିସ୍ତାନ କିମ୍ବା ଆଫଗାନିସ୍ତାନ ଭଳି ହେବାକୁ ଯାଉଛି । ଦୁର୍ଗାପୂଜା ଅବସରରେ ସେଠାରେ ଯେଭଳି ଭାବେ ହିନ୍ଦୁ ସଂପ୍ରଦାୟ ଉପରେ ଆକ୍ରମଣ କରାଗଲା ତାହାକୁ ନଜରରେ ଦେଖିଲେ ବାଂଲାଦେଶରେ ସାଂପ୍ରଦାୟିକ ଶକ୍ତି ବୃଦ୍ଧି ପାଇବାରେ ଲାଗିଛି ।

ଯଦି ଆମେ ବାଂଲାଦେଶର ପୂର୍ବ ୪୦ ବର୍ଷର ଇତିହାସକୁ ନଜର ପକାଇବା ତେବେ ସେଠାରେ ହିନ୍ଦୁମାନଙ୍କ ସଂଖ୍ୟା ୧୩.୫ ପ୍ରତିଶତରୁ ଖସିଆସି ଏବେ ମାତ୍ର ୮.୫ ପ୍ରତିଶତ ରହିଛି । ବହୁ ସଂଖ୍ୟାରେ ଭାରତୀୟ ହିନ୍ଦୁମାନେ ବାଂଲାଦେଶ ଛାଡୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଗୋଟିଏ ପଟେ ବାଂଲାଦେଶରେ କ୍ଷମତାରେ ଥିବା ଆୱାମୀ ଲିଗର ମରକ୍ଷକ୍ଷକ୍ଟଆ ହିନ୍ଦୁ ସମୁଦାୟର ସୁରକ୍ଷା ଉପରେ ଗ୍ୟାରେଣ୍ଟି ଦେଉଛନ୍ତି ମାତ୍ର ଏବେକାର ଘଟଣା ଉପରେ ନଜର ପକାଇଲେ ସେଠିକାର ସରକାରଙ୍କ ଅପାରଗତା ଦର୍ଶାଉଛି କି ସେଠିକାର ସରକାର ହିନ୍ଦୁମାନଙ୍କ ପଳାୟନ ଉପରେ ରୋକ ଲଗାଇବାରେ ଅସମର୍ଥ ।

ବାମପନ୍ଥୀ ଗଣସମିତି ଆନ୍ଦୋଳନର ମୁଖ୍ୟ ଜୁନୈଦ ସାକି କହିଛନ୍ତି କି ଶାସକ ଆୱାମୀ ଲିଗ୍ କେବଳ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଶୃତି ଦେଇଛି । ହେଲେ ସେମାନେ ବାସ୍ତବରେ ତାହା କରୁନାହାଁନ୍ତି । ହିନ୍ଦୁମାନଙ୍କ ଉପରେ ଏକ ନିର୍ଦ୍ଧିଷ୍ଟ ଢାଞ୍ଚାରେ ଆକ୍ରମଣ କରାଯାଉଛି ।

ଜୁନୈଦ କହିଛନ୍ତି କି ସୋସିଆଲ ମିଡିଆରେ କିଛି ପୋଷ୍ଟ କରାଯାଇ ତାହାକୁ ଇସଲାମ ବିରୋଧୀ ଭାବେ ପ୍ରତିହିତ କରାଯାଉଛି । ଏହାପରେ କଟ୍ଟରପନ୍ଥୀ ସଂଗଠନଗୁଡିକ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଉଛନ୍ତି । ଏହାକୁ ନେଇ ହିନ୍ଦୁମାନେ ଚିନ୍ତା କରୁଛନ୍ତି କି ସେମାନେ ରାଜନୈତିକ ସ୍ଥରରେ କମଜୋର ଥିବାରୁ ସେମାନେ କଟ୍ଟରପନ୍ଥୀଙ୍କ ବିରୋଧରେ କିଛି କରିପାରିବେ ନାହିଁ ।

ସୂଚନା ଥାଉକି ୧୯୭୧ ରୁ ୨୦୧୧ ମଧ୍ୟରେ ପାକିସ୍ତାନରେ ମୋଟ ଜନସଂଖ୍ୟାର ୧୧୦ ପ୍ରତିଶତ ବୃଦ୍ଧି ପାଇଛି । ୧୯୭୧ ରେ ବାଂଲାଦେଶର ମୋଟ ଜନସଂଖ୍ୟା ୭ କୋଟି ୧୪ ଲକ୍ଷ ଥିବା ବେଳେ ଏହା ୨୦୧୧ରେ ବୃଦ୍ଧି ପାଇ ୧୫ କୋଟିରେ ପହଂଚିଥିଲା । ହେଲେ ସମାନ ଅବଧି ମଧ୍ୟରେ ବାଂଲାଦେଶରେ ହିନ୍ଦୁମାନଙ୍କ ସଂଖ୍ୟା ମାତ୍ର ୩୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ଦେଶର ମୋଟ ଜନସଂଖ୍ୟା ବୃଦ୍ଧି ତୁଳନାରେ ବହୁତ କମ୍ ।