ନଦୀ ପାର ହେଲେ ସ୍କୁଲ ! ମାଲକାନଗିରି ବିଚ୍ଚିନ୍ନାଂଚଳରେ ଆଣ୍ଠୁଏ ପାଣିରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

26

କନକ ବ୍ୟୁରୋ : ନଦୀ ପାର ହେଲେ ସ୍କୁଲ । ନଦୀ ପାଣିରେ ପଶି ପ୍ରତିଦିନ ସ୍କୁଲ ଯାଆନ୍ତି ଛାତ୍ରଛାତ୍ରୀ ।  ମାଲକାନଗିରି ବିଚ୍ଚିନ୍ନାଂଚଳ ରାଲେଗଡା ପଂଚାୟତ ସାରକୁବନ୍ଧ ଗାଁରେ ଏପରି କିଛି ଦେଖିବା ପାଇଁ ମିଳୁଛି ।ସାରକୁନ୍ଧ ସ୍କୁଲ ଉପରେ ନିଭର କରନ୍ତି ୪ଟି ଗାଁର ଛାତ୍ରଛାତ୍ରୀ ଓ ଗ୍ରାମବାସୀ । କିନ୍ତୁ ଏହି ପିଲାଙ୍କ ପାଇଁ ବାଧକ ସାଜିଛି ପାଲେମ ନଦୀ । ପାଲେମ ନଦୀ ପାଣିରେ ପଶି ସ୍କୁଲ ଯାଆନ୍ତି ପିଲା । କିନ୍ତୁ ବର୍ଷା ଦିନେ ପାଲେମ ନଦୀର ପାଣି ବଢିଯିବାରୁ ଯାତାୟାତ କଷ୍ଟକର ହୋଇପଡେ । ଗାଁର ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ପାର କରାଇବାକୁ ପଡେ । ଖୁବଶୀଘ୍ର ଗ୍ରାମବାସୀମାନେ ଏଠାରେ ଏକ ବ୍ରିଜ ନିର୍ମାଣ କରିବାକୁ ଦାବି କରିଛନ୍ତି ।