ବାରମ୍ବାର ଗୁହାରି ସତ୍ୱେ ଶୁଣିଲାନି ପ୍ରଶାସନ : ମାଲକାନଗିରି ମୁନଷା ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ

32

ମାଲକାନଗିରି : ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱର , କଟକରେ ଘରେ ପାଣି ପଶିଥିବାର ଦୃଶ୍ୟ ଆମେ ଦେଖିଛେ । ତେବେ ଉପାନ୍ତ ଅଂଚଳରେ ବର୍ଷା ଦିନେ ଲୋକଙ୍କର ଜୀବନଯାପନ ଆହୁରି କଷ୍ଟକର ହୋଇଥାଏ । ମାଲାକାନଗିରି ଜିଲ୍ଳା ସଦର ମହକୁମାଠାରୁ ମାତ୍ର ୭ କିଲୋମିଟର ଦୂରରେ ଥିବା ମୁନଷା ଗାଁରେ ବର୍ଷା ଦିନେ ବେହାଲ ହୋଇପଡିଛି ଯାତାୟାତ । ଗାଁକୁ ଯୋଗାଯୋଗ କରୁଥିବା ଏକ ମାତ୍ର ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ କାଦୁଅ । ଗାଁରେ ଅଙ୍ଗନୱାଡି କେନ୍ଦ୍ର ନାହିଁ, ଫଳରେ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରକୁ ଏଭଳି କାଦୁଅ ରାସ୍ତା ଦେଇ ଯାଉଛନ୍ତି କୁନି କୁନି ପିଲା । ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନାହିଁ । ଗାଁରେ ରାସ୍ତା ନିର୍ମାଣ ଲାଗି ବର୍ଷ ବର୍ଷ ଧରି ମାଲାକାନିଗିରି ବିଡିଓ ,ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଂଚଙ୍କୁ ଗୁହାରି କଲେ ଗ୍ରାମବାସୀ, କିନ୍ତୁ କେହି ଶୁଣିଲେନି । ଶେଷରେ ବିଫଳ ହୋଇ ଅଭିନବ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଗାଁର କାଦୁଅ ରାସ୍ତାରେ ଧାନ ରୋପି ପ୍ରତିବାଦ ଜଣାଇଛନ୍ତି ମୁନଷା ଗ୍ରାମବାସୀ । ନ୍ୟୁଜ ସହ ଦେଖିବାଏହି ଭିଡିଓ :