ଝାରଖଣ୍ଡର ଗାଲୁଡିହ ବ୍ୟାରେଜରୁ ମାଡି ଆସୁଛି ବନ୍ୟାପାଣି । ୨ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱରରେ ନିଶ୍ଚିତ ବନ୍ୟା କହିଲେ ଏସଆରସି

172

କନକ ବ୍ୟୁରୋ : ବର୍ତ୍ତମାନ ରାଜ୍ୟରେ ବର୍ଷାର ପ୍ରକୋପ ସମ୍ପୁର୍ଣ୍ଣ କମିଥିଲେ ବି ଟଳିନି ବନ୍ୟା ବିପଦ । ଏନେଇ ପ୍ରେସମିଟ୍ ଜରିଆରେ ସତର୍କ କରାଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି, ସୁବର୍ଣ୍ଣରେଖାରେ ବଢୁଛି ଜଳସ୍ତର । ଜାମଶୋଳାଘାଟରେ ବିପଦ ସଙ୍କେତର ୪ଲେବୁଲ ଉପରେ ରହିଛି ଜଳସ୍ତର । ଗତକାଲି ରାତିରେ ଝାଡଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ତେଣୁ ମୟୂରଭଞ୍ଜରୁ କିଛି ଅଂଶ ଏବଂ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ଆଦି ଅଞ୍ଚଳରେ ପ୍ରବଳ ବନ୍ୟାର ପ୍ରକୋପ ରହିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିଛି । ବନ୍ୟା ସ୍ଥିତିକୁ ନଜରରେ ରଖି ମୟୂରଭଞ୍ଜ ଏବଂ ବାଲେଶ୍ୱରକୁ ୯ଟି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପଛାଯାଇଛି । ବାଲେଶ୍ୱର ଜିଲ୍ଲାରେ ଅପରାହ୍ନ ପରଠୁ ବନ୍ୟା ଭୟବହତା ଜଣାପଡିବ । ଆଜି ଏବଂ ଆସନ୍ତା କାଲି ସଂଧ୍ୟା ପର୍ଯ୍ୟନ୍ତ ବନ୍ୟାର ହାଇ ପିକ୍ ରହିବ ।
ଅନ୍ୟପଟେ ଶିମିଳିପାଳ ଅଞ୍ଚଳରେ ମଧ୍ୟ ଗତକାଲି ଅଧିକ ବର୍ଷା ହୋଇଥିବା ସୂଚନା ରହିଛି । ଯାହାଫଳରେ ବୁଢାବଳଙ୍ଗରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ବୁଢାବଳଙ୍ଗର ଜଳସ୍ତର ବିପଦ ସଂକେତ ଟପିନାହିଁ । ଏହାର ଫଲିଙ୍ଗ୍ ଟ୍ରେଣ୍ଡ ଆରମ୍ଭ ହୋଇଛି । ତେଣୁ ବୁଢା ବଳଙ୍ଗରେ କୌଣସି ବନ୍ୟା ଆଶଂକା ନାହିଁ ବୋଲି ଅନୁମାନ କରାଯାଉଛି । ସେହିଭଳି ବୈତରଣୀ ମଧ୍ୟ ଫଲିଂ ଟ୍ରେଣ୍ଡରେ ଅଛି ।