ପିସି କାରବାର ନେଇ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହଙ୍କ ଚିଠି ! ଦୁର୍ନୀତି ବନ୍ଦ କରିବା ପାଇଁ ଲୋକାୟୁକ୍ତ ଗଠନ ଦାବି

26

କନକ ବ୍ୟୁରୋ : ପିସି (ପର୍ସେଂଟେଜ୍) କାରବାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ପିସି ପ୍ରସଙ୍ଗରେ ଲୋକାୟୁକ୍ତ ଗଠନ ଦାବି କଲେ ବିରୋଧୀ ଦଳ ନେତା । ବ୍ଲକ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଛି ତେବେ ସରକାର ଯଦି ଆନ୍ତରିକତାର ସହ ପିସି ବନ୍ଦ କରିବାକୁ ଚାହୁଁଥିବେ ତେବେ ତୁରନ୍ତ ଲୋକାୟୁକ୍ତ ଗଠନ କରନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି ।

ଲୋକାୟୁକ୍ତ ଗଠନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲେ ବି ଦୀର୍ଘ ଦିନ ଧରି ଲୋକାୟୁକ୍ତ ଗଠନ କରାଯାଇନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହ ଲୋକାୟୁକ୍ତ ଗଠନ କରିବା ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ନରସିଂହ ମିଶ୍ର ଲେଖିଛନ୍ତି । ସରକାର ଏସବୁ ନକଲେ ପିସି ବନ୍ଦ ଆଦେଶ କେବଳ ଫମ୍ପା ପ୍ରଚାର ହୋଇ ରହିବ ବୋଲି ନରସିଂହ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –