ପଶ୍ଚିମବଙ୍ଗ : ରାୟଗଞ୍ଜରେ ମତଦାନ ସମୟରେ ହିଂସା ! ଭୋଟରଙ୍କୁ ଭୋଟ୍ ଦେବାକୁ ରୋକିବା ସହ ମହମ୍ମଦ ସଲିମ୍ ଙ୍କ ଗାଡ଼ି ଉପରକୁ ଆକ୍ରମଣ କଲା ଭିଡ ।

165

ଲୋକସଭା ନିର୍ବାଚନ ପାଇଁ ୧୨ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୯୫ ଟି ସିଟରେ ଭୋଟିଙ୍ଗ୍ ଜାରୀ ରହିଛି । ପଶ୍ଚିମବଙ୍ଗର ତିନି ଲୋକସଭା ସିଟ୍ (ଜଲପାଇଗୁଡି,ଦାର୍ଜିଲିଙ୍ଗ,ରାୟଜଙ୍ଗ୍) ରେ ଆଜି ଭୋଟ୍ ଥିବାବେଳେ ଏହି ସମୟରେ ଭାରୀ ହିଂସା ଦେଖିବାକୁ ମିଳିଥିଲା । ଭିଡ଼ ରାୟଗଞ୍ଜର ଇସଲାମପୁରରେ ସିପିଏମ୍ ନେତା ମହମ୍ମଦ ସଲିମ୍ ର ଗାଡି ଉପରେ ଆକ୍ରମଣ କରିଥିଲେ । ତେବେ ସଲିମ୍ କୁ କୌଣସି ପ୍ରକାର କ୍ଷତ ନ ପହଂଚିଥିବା କଥା ମଧ୍ୟ କୁହାଯାଇଛି । ଏହା ପୂର୍ବରୁ ଭିଡ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମଧ୍ୟ ଆକ୍ରମଣ କରି୍ଥିଲେ । ଭିଡକୁ ନିୟନ୍ତ୍ରୀତ କରିବା ପାଇଁ ସୁରକ୍ଷାବଳ ତରଫରୁ ଲୁହବୁହା ଗ୍ୟାସର ବ୍ୟବହାର କରାଯାଇଥିଲା । ପତ୍ରକାରଙ୍କ ଉପରେ ଆକ୍ରମଣ କରିବାର ଅଭିଯୋଗ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଉପରେ ଲାଗିଛି ।

କୁହାଯାଉଛି କି ହିଂସା ପ୍ରସାରିତ କରୁଥିବା ଲୋକମାନେ ସ୍ଥାନୀୟ ଲୋକଙ୍କୁ ଭୋଟ୍ ଦେବାପାଇଁ ମନା କରିଥିଲେ । ଯାହା ପରେ ଏନଏଚ୍ ୩୪ କୁ ମଧ୍ୟ ଜାମ୍ କରିଥିଲେ । ଏହି ଘଟଣାଟି ଇସଲାମପୁର ନର୍ଥ ଦିନାଜପୁରର ଛୋପରାର । ହିଂସା କାରଣରୁ ସ୍ଥାନୀୟ ଲୋକମାନେ ଭୋଟ୍ ଦେବା ପାଇଁ ଡରୁଥିବା ନଜର ଆସିଥିଲେ । ଏହାପରେ ପୋଲିସ୍ ଭୋଟରଙ୍କୁ ବୁଝାଇବା ପାଇଁ ସୁରକ୍ଷା ଯୋଗାଇଦେବା କଥା କହିଥିଲେ । ଏହି ପୁରା ଘଟଣାରେ ପଶ୍ଚିମବଙ୍ଗର ନିର୍ବାଚନ କମିଶନ୍ ଜିଲ୍ଲା ପ୍ରଶାସନକୁ ଏନେଇ ରିପୋର୍ଟ ମାଗିଛି । ପଶ୍ଚିମବଙ୍ଗର ବିିଜେପି ମହାସଚିବ ଏବଂ ରାୟଗଞ୍ଜ ପ୍ରତ୍ୟାଶୀ ଦେବଶ୍ରୀ କହିଛନ୍ତି ଯେ ରାୟଗଞ୍ଜର କୋରୋନେଶନ୍ ହାଇସ୍କୁଲରେ ଟିଏମସିର କାର୍ଯ୍ୟକର୍ତ୍ତା ବୁଥ୍ କ୍ୟାପ୍ଚର କରିବା ପାଇଁ ଚେଷ୍ଟା କରିଥିଲେ ।