କନକ ବ୍ୟୁରୋ: ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ୭ ଜଣ ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଅର୍ଚ୍ଚନା ପ୍ରଧାନ, ବିଜେଡିର ସାଲୁଗା ପ୍ରଧାନ, କଂଗ୍ରେସର ଶ୍ୟାମଘନ ପ୍ରଧାନ ଓ ସ୍ୱାଧିନ ପ୍ରାର୍ଥୀ ଜାକବ ପ୍ରଧାନ ଗତ ନିର୍ବାଚନରେ କଂଗ୍ରେସ ଦଲରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ହେଲେ ଏଥର ଦଳରୁ ଟିକେଟ ନପାଇ ସ୍ୱାଧୀନ ଭାବ ଲଢୁଛନ୍ତି । ବିଜେଡିର ସାଲୁଗା ପ୍ରଧାନ ପୂର୍ବରୁ ବିଧାୟକ ଥିଲେ । ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ପ୍ରତାପ ପ୍ରଧାନ ମଧ୍ୟ କଂଗ୍ରେସର । ତେଣୁ କଂଗ୍ରେସ ଭୋଟ ବିଭାଜନ ଆଶଙ୍କା ପ୍ରକାଶ ପାଇଛି ।

Advertisment

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୪ ହଜାର ୫୩୩
- ମତ ଦେଇଥିଲେ – ୧ ଲକ୍ଷ ୨୨ ହଜାର ୯୪୦
- ଭୋଟଦାନ ହାର – ୭୦.୪୪%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପ୍ରଦୀପ କୁମାର ପ୍ରଧାନ ବିଜେଡି ୩୮,୬୬୯ ୩୧.୪୫% ପରାସ୍ତ
ଜାକବ ପ୍ରଧାନ କଂଗ୍ରେସ ୪୮,୯୫୮ ୩୯.୮୨% ବିଜୟୀ
ମାନଗୋବିନ୍ଦ ପ୍ରଧାନ ବିଜେପି ୨୭,୨୯୫ ୨୨.୨୦% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ପ୍ରଦୀପ କୁମାର ପ୍ରଧାନ
ଦଳ - ବିଜେଡି
ଭୋଟ - ୩୮,୬୬୯
ପ୍ରତିଶତ - ୩୧.୪୫%
ଫଳାଫଳ - ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ମାନଗୋବିନ୍ଦ ପ୍ରଧାନ
ଦଳ - ବିଜେପି
ଭୋଟ - ୨୭,୨୯୫
ପ୍ରତିଶତ - ୨୨.୨୦%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ - ଜାକବ ପ୍ରଧାନ
ଦଳ - କଂଗ୍ରେସ
ଭୋଟ - ୪୮,୯୫୮
ପ୍ରତିଶତ - ୩୯.୮୨%
ଫଳାଫଳ - ବିଜୟୀ

କିଏ ମାରିଥିଲା ବାଜି?

- କଂଗ୍ରେସର ଜ୍ୟାକୋବ ପ୍ରଧାନ ନିର୍ବାଚନ ଜିତିଥିଲେ
- ୪୮ ହଜାର ୯୫୮ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ ପ୍ରଦୀପ କୁମାର ପ୍ରଧାନଙ୍କୁ ପରାସ୍ତ କରିଥିଲେ
- ୧୦ ହଜାର ୨୮୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

- ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୬ ହଜାର ୬୫୫
- ମତ ଦେଇଥିଲେ – ୧ ଲକ୍ଷ ୨ ହଜାର ୪୭୬
- ଭୋଟଦାନ ହାର – ୬୫.୪୫%

୨୦୦୯ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଲୁକୋ ସୁନାମାଝୀ ବିଜେଡି ୧୫,୮୧୮ ୧୫.୪୪% ପରାସ୍ତ
ଅଜୟନ୍ତୀ ପ୍ରଧାନ କଂଗ୍ରେସ ୨୧,୦୭୪ ୨୦.୫୬% ପରାସ୍ତ
ମନୋଜ କୁମାର ପ୍ରଧାନ ବିଜେପି ୪୫,୦୦୯ ୪୩.୯୨% ବିଜୟୀ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ - ଲୁକୋ ସୁନାମାଝୀ
ଦଳ - ବିଜେଡି
ଭୋଟ - ୧୫,୮୧୮
ପ୍ରତିଶତ – ୧୫.୪୪%
ଫଳାଫଳ - ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ମନୋଜ କୁମାର ପ୍ରଧାନ
ଦଳ - ବିଜେପି
ଭୋଟ - ୪୫,୦୦୯
ପ୍ରତିଶତ – ୪୩.୯୨%
ଫଳାଫଳ - ବିଜୟୀ

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଅଜୟନ୍ତୀ ପ୍ରଧାନ
ଦଳ - କଂଗ୍ରେସ
ଭୋଟ - ୨୧,୦୭୪
ପ୍ରତିଶତ - ୨୦.୫୬%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?

- ବିଜେପିର ମନୋଜ କୁମାର ପ୍ରଧାନ ବିଜୟ ହାସଲ କରିଥିଲେ
- ୪୫ ହଜାର ୯ ଖଣ୍ଡ ଭୋଟ ପାଇଥିଲେ ବିଜେପିି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଅଜୟନ୍ତୀ ପ୍ରଧାନଙ୍କୁ ପରାସ୍ତ କରିଥିଲେ
- ୨୩ ହଜାର ୯୩୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
- ସ୍ୱାଧୀନ ପ୍ରାର୍ଥୀ ସାଲୁଗା ପ୍ରଧାନ ୧୦ ହଜାର ୭୧୫ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ

୨୦୦୯ ବନାମ ୨୦୧୪

- ୨୦୧୪ରେ ବିଜେଡ଼ି, କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ବଦଳାଇଥିଲା
- ବିଜେଡିର ଲୁକୋ ସୁନାମାଝୀଙ୍କ ବଦଳରେ ପ୍ରଦୀପ କୁମାର ପ୍ରଧାନ ନିର୍ବାଚନ ଲଢ଼ି ହାରିିଥିଲେ
- କଂଗ୍ରେସ ଅଜୟନ୍ତୀ ପ୍ରଧାନଙ୍କ ବଦଳରେ ଜ୍ୟାକୋବ ପ୍ରଧାନଙ୍କୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା
- ବିଜେପି ବିଧାୟକ ମନୋଜ କୁମାର ପ୍ରଧାନଙ୍କ ବଦଳରେ ମାନଗୋବିନ୍ଦ ପ୍ରଧାନଙ୍କୁ ନିର୍ବାଚନ ଲଢାଇ ହାରିଥିଲା

୨୦୧୯ର ଲଢେଇ

ବିଜେଡି: ସାଲୁଗା ପ୍ରଧାନ
କଂଗ୍ରେସ: ଶ୍ୟାମଘନ ପ୍ରଧାନ
ବିଜେପି: ଅର୍ଚ୍ଚନା ପ୍ରଧାନ

୨୦୧୯--ବିଜେଡି: ସାଲୁଗା ପ୍ରଧାନ

- ୨୦୦୦ରେ ବିଜେପି ସହ ମେଂଟ ବେଳେ ବିଧାୟକ
- ୨୦୦୪ରେ ପରାଜିତ
- ୨୦୦୯ ଏବଂ ୨୦୧୪ରେ ଟିକେଟ୍ ମିଳିଲାନି
- ସ୍ତ୍ରୀ ଦାରିଙ୍ଗବାଡି ବ୍ଳକ୍ ଅଧ୍ୟକ୍ଷ ଅଛନ୍ତି

୨୦୧୯--କଂଗ୍ରେସ: ଶ୍ୟାମଘନ ପ୍ରଧାନ

- ସରପଂଚ ଅଛନ୍ତି
- ୨ଥର ସରପଂଚ ଏବଂ ଥରେ ସମିତି ସଭ୍ୟ
- ପ୍ରଥମଥର ବିଧାନସଭା ପ୍ରାର୍ଥୀ

୨୦୧୯--ବିଜେପି: ଅର୍ଚ୍ଚନା ପ୍ରଧାନ

- ବିଜେପିର ମହିଳା ପ୍ରାର୍ଥୀ ତଥା ନୂଆ ମୁହଁ
- ଜି.ଉଦୟଗିରିର ଉଚ୍ଚଶିକ୍ଷିତ ମହିଳା( ଏମଫିଲ୍)
- ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

ମୈଦାନରେ ମହିଳା ପ୍ରାର୍ଥୀ

-ଅର୍ଚ୍ଚନା ପ୍ରଧାନ ( ବିଜେପି )

ନିର୍ବାଚନ ମଣ୍ଡଳୀ ତଥ୍ୟ

-ଜି. ଉଦୟଗିରି ଏନ୍ଏସି, ଜି. ଉଦୟଗିରି ବ୍ଲକ୍ , ଦାରିଙ୍ଗିବାଡି ବ୍ଲକ୍ , ଟିକାବାଲି ବ୍ଲକ୍ ଓ ରାଇକିଆ ବ୍ଲକ୍କୁ ନେଇ ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ଗଠିତ

ମୁହାଁମୁହିଁ ପ୍ରାର୍ଥୀ

- ପୂର୍ବତନ ବିଧାୟକ ସାଲୁଗା ପ୍ରଧାନଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି
- କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନ ୨ଥର ସରପଂଚ ଏବଂ ଥରେ ସମିତି ସଭ୍ୟ ଥିଲେ
- ଜି.ଉଦୟଗିରିର ଉଚ୍ଚଶିକ୍ଷିତ ମହିଳା ଅର୍ଚ୍ଚନା ପ୍ରଧାନଙ୍କୁ ଟିକେଟ୍ ଦେଇଛି ବିଜେପି

ଜି.ଉଦୟଗିରି ବିଧାନସଭା ଆସନ

- ଅନୁସୂଚିତ ଜନଜାତି ବର୍ଗ ପାଇଁ ଆସନ ସଂରକ୍ଷିତ
- କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- କଂଗ୍ରେସର ଦବଦବା ରହିଛି
- କଂଗ୍ରେସର ନାଗାର୍ଜୁନ ପ୍ରଧାନ ୪ ଥର ବିଧାୟକ
- ୨୦୦୦ରେ ପ୍ରଥମେ ବିଜେଡି ଜିତିଥିଲା