କନକ ବ୍ୟୁରୋ: ୨୦୧୯ ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଚଳିତ ନିର୍ବାଚନରେ ବାଜି ମାରିବାକୁ କମର କଷିଛନ୍ତି ପ୍ରମୁଖ ଦଳ । ଦିନକ ପୂର୍ବରୁ ଭୋଟର୍ରୁ ମନେଇବା ପାଇଁ ଶେଷ ଉଦ୍ୟମ କରିଥିଲେ ପ୍ରାର୍ଥୀ । ତେବେ ଆସିକା ସଂଦୀୟ କ୍ଷେତ୍ର ଅଧିନରେ ରହିଥିବା ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ । ଆଉ ମତ ସାବ୍ୟସ୍ତ କରି ନେତା ସାନଖେମୁଣ୍ଡି ସିଂହାସନରେ କାହାକୁ ବସାଇବେ ସେନେଇ ଚାଲିଛି ଅଙ୍କ କଷାକଷି । ତେବେ ଜାଣନ୍ତୁ କ’ଣ ରହିଛି ସାନଖେମୁଣ୍ଡିର ରାଜନୀତି ଗଣିତ ।

Advertisment

୨୦୧୯ର ଲଢେଇ
ବିଜେଡି: ନନ୍ଦିନୀ ଦେବୀ
କଂଗ୍ରେସ: ରମେଶ ଚନ୍ଦ୍ର ଜେନା
ବିଜେପି: ବିଜୟ ସ୍ୱାଇଁ

୨୦୧୯-ବିଜେଡି: ନନ୍ଦିନୀ ଦେବୀ
- ବର୍ତମାନର ବିଧାୟିକା
- ୨୦୧୪ରେ ପ୍ରଥମ ଥର ବିଧାୟିକା ହୋଇଛନ୍ତି
- ସ୍ୱାମୀ କିଶୋର ଚନ୍ଦ୍ର ଦେଓଙ୍କ ମୃତ୍ୟୁ ପରେ ୨୦୧୪ରେ ଟିକେଟ୍ ମିଳିଥିଲା
- ୨୦୧୯ ପାଇଁ ପୁଣି ଟିକେଟ୍ ଦେଇଛି ବିଜେଡି

୨୦୧୯-କଂଗ୍ରେସ: ରମେଶ ଚନ୍ଦ୍ର ଜେନା
- ପୂର୍ବତନ ବିଧାୟକ
- ୨୦୦୯ରେ ବିଧାୟକ ହୋଇଥିଲେ
- ୨୦୧୪ରେ ହାରିଗଲେ
- ୨୦୦୭-୦୮ରେ ସାନଖେମୁଣ୍ଡି ବ୍ଳକ୍ ଅଧ୍ୟକ୍ଷ
- ଅନେକ ମାମଲାରେ ଛନ୍ଦି ହୋଇ ଅଢେଇ ବର୍ଷ ଜେଲରେ ଥିଲେ

୨୦୧୯-ବିଜେପି: ବିଜୟ ସ୍ୱାଇଁ
- ପୂର୍ବତନ ଜିଲ୍ଲା ସଭାପତି
- ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ
- ୨୦୧୪ରେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢି ହାରିଥିଲେ
- ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ

ମୈଦାନରେ ମହିଳା ପ୍ରାର୍ଥୀ
- ନନ୍ଦୀନି ଦେବୀ ( ବିଜେଡି)

ନିର୍ବାଚନ ମଣ୍ଡଳୀ ତଥ୍ୟ
- ସାନଖେମୁଣ୍ଡି ବ୍ଳକ୍ ଏବଂ ଧରାକୋଟ ବ୍ଳକ୍କୁ ନେଇ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ନିର୍ବାଚନ ମଣ୍ଡଳୀରେ ୪୪ଟି ପଂଚାୟତ ରହିଛି ।

ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀ ବିଧାୟିକା ଅଛନ୍ତି
- ୨୦୧୪ରେ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ମାତ୍ ଦେଇଥିଲେ ନନ୍ଦୀନି
- କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା ୨୦୦୯ରେ ବିଧାୟକ ଥିଲେ
- ୨୦୦୯ରେ ବିଜେପି ପ୍ରାର୍ଥୀ କିଶୋକ ଚନ୍ଦ୍ର ସିଂଦେଓଙ୍କୁ ପରାସ୍ତ କରିଥିଲେ ରମେଶ ଜେନା
- ବିଜେପିି ପ୍ରାର୍ଥୀ ବିଜୟ ସ୍ୱାଇଁ ୨୦୧୪ରେ ଦିଗପହଣ୍ଡିରୁ ଲଢି ହାରିଥିଲେ
- ପୂର୍ବତନ ଜିଲ୍ଲା ସଭାପତି ଏବଂ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିଲେ ବିଜୟ ସ୍ୱାଇଁ

publive-imageସାନଖେମୁଣ୍ଡି ବିଧାନସଭା ଆସନ
- ୨୦୦୯ରେ ଗଠନ ହୋଇଛି ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ
- ୨୦୦୯ରେ ବିଜେପି ପ୍ରାର୍ଥୀ କିଶୋର ଚନ୍ଦ୍ର ସିଂଦେଓଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ମାତ୍ ଦେଇ ବିଧାୟକ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା
- କିଶୋର ଚନ୍ଦ୍ର ସିଂଦେଓଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ନନ୍ଦିନୀ ଦେବୀଙ୍କୁ ଦଳରେ ମିଶାଇ ୨୦୧୪ରେ ପ୍ରାର୍ଥୀ କରିଥିଲା ବିଜେଡି
- ୨୦୧୪ରେ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ୮ ହଜାରରୁ ଅଧିକ ଭୋଟରେ ମାତ୍ ଦେଇ ବିଧାୟିକା ହୋଇଥିଲେ ନନ୍ଦୀନି ଦେବୀ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୭ ହଜାର ୮୨୩
- ମତ ଦେଇଥିଲେ – ୧ ଲକ୍ଷ ୩୧ ହଜାର ୧୬୪
- ଭୋଟଦାନ ହାର – ୬୬.୩୦%

୨୦୧୪ର ଫଳାଫଳ
ପ୍ରାର୍ଥୀ                    ଦଳ          ଭୋଟ          ପ୍ରତିଶତ          ଫଳାଫଳ
ନନ୍ଦୀନି ଦେବୀ          ବିଜେଡି      ୬୧,୭୭୩    ୪୭.୧୦%      ବିଜୟୀ
ବୀରକିଶୋର ଦେବ    ବିଜେପି     ୬୦୫୩        ୪.୬୧%         ପରାସ୍ତ
ରମେଶ ଚନ୍ଦ୍ର ଜେନା    କଂଗ୍ରେସ    ୫୩,୫୫୧      ୪୦.୮୩%      ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ନନ୍ଦୀନି ଦେବୀ
ଦଳ - ବିଜେଡି
ଭୋଟ - ୬୧୭୭୩
ପ୍ରତିଶତ - ୪୭.୧୦%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ବୀରକିଶୋର ଦେବ
ଦଳ - ବିଜେପି
ଭୋଟ - ୬୦୫୩
ପ୍ରତିଶତ - ୪.୬୧%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ରମେଶ ଚନ୍ଦ୍ର ଜେନା
ଦଳ - କଂଗ୍ରେସ
ଭୋଟ - ୫୩୫୫୧
ପ୍ରତିଶତ - ୪୦.୮୩%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ନନ୍ଦୀନି ଦେବୀ ବିଜୟୀ ହୋଇଥିଲେ
- ୬୧ ହଜାର ୭୭୩ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନାଙ୍କୁ ପରାସ୍ତ କରିଥିଲେ
- ୮ ହଜାର ୨୨୨ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ବିଜେପି ପ୍ରାର୍ଥୀଙ୍କ ସମେତ ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୬ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୯ ହଜାର ୪୪୨
- ମତ ଦେଇଥିଲେ – ୧ ଲକ୍ଷ ୨ ଶହ ୭୩

୨୦୦୯ର ଫଳାଫଳ
ପ୍ରାର୍ଥୀ                        ଦଳ        ଭୋଟ        ପ୍ରତିଶତ        ଫଳାଫଳ
ରମେଶ ଚନ୍ଦ୍ର ଜେନା        କଂଗ୍ରେସ   ୫୦୪୮୭   ୫୦.୩୫%    ବିଜୟୀ
କିଶୋର ଚନ୍ଦ୍ର ସିଂଦେଓ     ବିଜେପି    ୨୬୮୯୪   ୨୬.୮୨%    ପରାସ୍ତ
ଏନ୍. ନାରାୟଣ ରେଡ୍ଡି      ସିପିଆଇ   ୧୫୦୨୩   ୧୪.୯୮%   ପରାସ୍ତ

କିଏ ମାରିଥିଲା ବାଜି?
- କଂଗ୍ରେସର ରମେଶ ଚନ୍ଦ୍ର ଜେନା ବିଜୟୀ ହୋଇଥିଲେ
- ୫୦ ହଜାର ୪୮୭ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ କିଶୋର ଚନ୍ଦ୍ର ସିଂଦେଓଙ୍କୁ ପରାସ୍ତ କରିଥିଲେ
- ୨୩ହଜାର ୫୯୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ
- ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେପିର ପ୍ରାର୍ଥୀ ବଦଳିଥିଲେ ।
- କିଶୋର ଚନ୍ଦ୍ର ସିଂହଦେଓଙ୍କ ସ୍ଥାନରେ ବୀରକିଶୋର ଦେଓଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
- ବିଧାୟକ ରମେଶ ଜେନାଙ୍କୁ ପ୍ରାର୍ଥୀ କରି ହାରିଥିଲା କଂଗ୍ରେସ
- ବିଧାୟକ ରମେଶ ଜେନାଙ୍କୁ ୮ ହଜାରରୁ ଅଧିକ ଭୋଟରେ ମାତ୍ ଦେଇଥିଲେ ବିଜେଡି ପ୍ରାର୍ଥୀ ନନ୍ଦୀନି ଦେବୀ