ଜାଣନ୍ତୁ ! ବିବାହର ଠିକ୍ ପୂର୍ବ ଦିନ ରାତିରେ କଣ ଭାବନ୍ତି ଝିଅମାନେ

115

ଯେତେବେଳେ ଗୋଟେ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ନୁଆ ଜୀବନର ଆରମ୍ଭ କରିବାକୁ ବସେ ସେତେବେଳେ ତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରି ଥାଏ । ତେବେ ବିବାହର ଠିକ୍ ପୂର୍ବ ଦିନର ରାତିରେ ସତେ ଯେମିତି ତା ଛାତି ଜୋର ଜୋରରେ ଧକ୍ ଧକ୍ ହୋଇଥାଏ । ଏଥିସହିତ ମନ ଭିତରେ ସାଇତି ରଖିଥିବା ପ୍ରଶ୍ନକୁ ନେଇ ସେ କେତେବେଳେ ତାର ବିବାହିତ ବନ୍ଧୁମାନଙ୍କ ସହ ଆଲୋଚନା କରିଥାଏ ତ ପୁଣି କେତେବେଳେ ଭାବନା ରାଇଜକୁ ଚାଲି ଯାଇଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତବରେ ଝିଅମାନେ ନିଜ ବିବାହର ଗୋଟିଏ ରାତି ପୂର୍ବରୁ କଣ ଚିନ୍ତା କରିଥାନ୍ତି ।

ନିଜ ବିବାହକୁ ନେଇ ପ୍ରତ୍ୟେକ ଝିଅଙ୍କ ମନରେ ଭିନ୍ନ ଭିନ୍ନ ପ୍ରକାର ଆଶା ରହିଥାଏ । ଲୋକଙ୍କୁ ଲାଗୁଥିବ କି ବିବାହର ଗୋଟିଏ ରାତି ପୂର୍ବରୁ ସେମାନେ କେବଳ ନିଜ ହନିମୁନ ଡେଷ୍ଟିଂନେସନକୁ ନେଇ ଚିନ୍ତା କରୁଥିବେ । କିନ୍ତୁ ଏହା ବିଲକୁଲ୍ ନୁହେଁ । କାରଣ ସେହି ଦିନ ପ୍ରତ୍ୟେକ ଝିଅଙ୍କୁ ଗୋଟିଏ ଡର ଲାଗି ରହିଥାଏ କି କାଳେ ସେ ନିଜ ବିବାହ ନିଷ୍ପତିକୁ କୌଣସି ତରବରିଆରେ ନେଇ ଯାଇନାହାଁନ୍ତି ତ । କଣ ବିବାହ ଭଳି ଏକ ବଡ ଦାୟିତ୍ୱ ନେବାପାଇଁ ବର୍ତ୍ତମାନ ସେ ଉପଯୁକ୍ତ ତ । କଣ ମୋତେ ଏବେ ବିବାହ ପାଇଁ ବାପା-ମାଆଙ୍କଠାରୁ ଆଉ କିଛି ସମୟ ମାଗିବା ଦରକାର ଆଦି ଏଭଳି ଅନେକ କଥା ଚିନ୍ତା କରିଥାନ୍ତି ସେମାନେ ।

ଏହି ଏସମୟରେ ଝିଅଙ୍କ ମନରେ ଚାଲିଥାଏ କି, ମୋତେ ମୋ ଶାଶୂଘର ଲୋକେ ମୋର ବାପାମାଆଙ୍କ ଭଳି ସ୍ନେହ ଶ୍ରଦ୍ଧାରେ ରଖିବେ କି ନାହିଁ । ସେମାନେ ସତରେ ମୋତେ ହୃଦୟତାର ସହ ଗ୍ରହଣ କରିବେ ତ । ତେବେ ହେବାକୁ ଯାଉଥିବା ଶାଶୂଙ୍କ ନେଚରକୁ ନେଇ ଝିଅମାନେ ସବୁଠାରୁ ଅଧିକ ଚିନ୍ତିତ ଥାନ୍ତି ।

ସେହିପରି ଝିଅମାନେ ନିଜ ବିବାହର ଦିନକ ପୂର୍ବରୁ ନିଜ ଭାବି ସ୍ୱାମୀଙ୍କ ବିଷୟରେ ନିଶ୍ଚୟ ଭାବେ ଚିନ୍ତା କରିଥାନ୍ତି । ତେବେ ସେମାନେ ଭାବନ୍ତି କି ଯିଏ ତାଙ୍କ ଜୀବନ ସାଥୀ ହେବାକୁ ଯାଉଛି ସେ ତାଙ୍କ ସାଥ୍ ସାରା ଜୀବନ ଦେବ ତ । ଖାଲି ସେତିକି ନୁହେଁ ସେମାନେ ଆଉ ମଧ୍ୟ ଭାବନ୍ତି କି ତାଙ୍କର ପସନ୍ଦ ତାଙ୍କ ଜୀବନ ପାଇଁ ଠିକ୍ ରହିବ ତ ।