ମାତ୍ର ୧୨ ଟଙ୍କାରେ କରନ୍ତୁ ବିମାନ ଯାତ୍ରା ! ସ୍ପାଇସ୍ ଜେଟ୍ର ଧମାକାଦାର ଅଫର୍
କନକ ବ୍ୟୁରୋ : ବିମାନ ଯୋଗେ ଯାତ୍ରା କରିବାର ସଉକ ରଖିଥିବା ଯାତ୍ରୀମାନଙ୍କ ପାଇଁ ଖୁସ ଖବର । ଏବେ ମାତ୍ର ୧୨ଟଙ୍କା ଦେଇ କରିପାରିବେ ବିମାନ ଯାତ୍ରା । ସ୍ପାଇସ୍ ଜେଟ୍ର ୧୨ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଏହି ଧମାକାଦାର ଅଫର୍ କମ୍ପାନି ପକ୍ଷରୁ ପ୍ରଦାନ କରାଯାଇଛି । ଏହି ଅଫର୍ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଯାତ୍ରୀଙ୍କ ସକାଶେ ଉପଲବ୍ଧ । ତେବେ ଏହି ଅଫର୍ ସବୁଦିନ ପାଇଁ ଉପଲବ୍ଧ ନୁହେଁ ।
Kanak News is now on WhatsApp
Join and get latest news updates delivered to you via WhatsApp
‘ସ୍ପାଇସ୍ ଜେଟ୍ ୧୨ତମ ଆନିଭର୍ସରି ସେଲ୍’ ଟିକେଟ୍ ବିକ୍ରି ମେ’ ୨୩ରୁ ଅର୍ଥାତ୍ ଆଜି ଠାରୁ ଆରମ୍ଭ ହୋଇ ମେ’୨୮ ପର୍ଯ୍ୟନ୍ତ ଚାଲିବ । ତେବେ ଟିକେଟ୍ କାଟିଥିବା ସମସ୍ତ ଯାତ୍ରୀ ଯାଇପାରିବେ ନାହିଁ । ସେଥିପାଇଁ ଏକ ଲକି ଡ୍ର ପ୍ରତିଯୋଗିତା କରାଯିବାର ବ୍ୟବସ୍ଥା ରହିଛି । ଯେଉଁ ଯାତ୍ରୀ ଅନ୍ତର୍ଜାତୀୟ ଟିକେଟ୍ ଜିତିବେ ତାଙ୍କୁ ହୋଟେଲ୍ ଚାର୍ଜ ବାବଦରେ ୧୦,୦୦୦ ଟଙ୍କାର ଭାଉଚର୍ କମ୍ପାନି ପକ୍ଷରୁ ପ୍ରଦାନ କରାଯିବ। ଏହା ସହ ଆହୁରି ଅନେକ ଲୋଭନୀୟ ଅଫର୍ ରହିଛି ।