ବାଟବଣା ସରକାରୀ ଯୋଜନା : ଗୋଡହାତ ଜାକିଜୁକି ପାଇଖାନା ଘରେ ଜୀବନ ବିତାଉଛନ୍ତି ଅନ୍ଧାରୀ ଦେହୁରୀ, ସାହାଯ୍ୟ ଅପେକ୍ଷାରେ ଅସହାୟ ବୃଦ୍ଧା

262

କନକ ବ୍ୟୁରୋ : ପାଇଖାନା ଭିତରେ ଅସହାୟ ଜୀବନ । ସେଇଠି ରୋଷେଇ, ଖାଇବା ଆଉ ଶୋଇବା । ଜଣେରୁ ଦୁଇ ଜଣେ ହେଲେ ଯେଉଁଠି ବସିବା ଅସମ୍ଭବ, ସେଠାରେ ନିଜର ନିତ୍ୟ ବ୍ୟବହାଜ୍ୟ ସାମଗ୍ରୀ ରଖି ଅସହାୟ ଜୀବନ ଜିଉଁଛନ୍ତି ଜଣେ ବୃଦ୍ଧା । ଗୋଡହାତ ଜାକି ପାଇଖାନା ଭିତରେ ଶୋଇଛନ୍ତି ମୟୂରଭଂଜ ବିଶୋଇ ବ୍ଲକ ବାଙ୍କି ଗାଁ ଖଡିଆ ସାହିର ଅନ୍ଧାରୀ ଦେହୁରୀ । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ଆନ୍ଧାରୀଙ୍କ ଜୀବନରେ ଘୋଟି ଯାଇଛି ଘନ ଅନ୍ଧକାର । ଦିନ କି ଦୁଇ ଦିନ ନୁହେଁ ୩ ବର୍ଷ ହେଲା ଅନ୍ଧାରୀ ଏଇ ପାଇଖାନା ଘରେ ନିଶ୍ୱ ଆଉ ନିଃସଙ୍ଗ ଜୀବନ ଅତିବାହିତ କରୁଛନ୍ତି ।

ଅନ୍ଧାରୀଙ୍କ ଏହି ଅସହାୟତାକୁ ଦେଖିଲେ ମନକୁ ଗୋଟିଏ କଥା ଆସୁଛି, ସରକାରଙ୍କ ତମାମ ଯୋଜନା କାହା ପାଇଁ ? ନା ପ୍ରଶାସନିକ ବାବୁଙ୍କ ଦୃଷ୍ଟି ଆଢୁଆଳରେ ଏଇ ପାଇଖାନା ଭିତରେ ଲୁଚି ଯାଇଛି ଅନ୍ଧରୀଙ୍କ ସବୁ ଦୁଃଖ କଷ୍ଟ । ସେପଟେ ଅନକେ ଥର ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରି ନିରାଶ ହୋଇଥିବା ଏହି ଅସହାୟ ମହିଳାଙ୍କ ସମସ୍ୟା ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଜାଣିବା ପରେ ସହୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ ।

ତେବେ ଉପଜିଲ୍ଲାପଳ ତ ପ୍ରତିଶ୍ରୁତି ଦେଲେ, ହେଲେ କେବେ ଅନ୍ଧାରୀଙ୍କୁ ୪ ଡିସିମିଲି ଜାଗା ଓ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ମିଳୁଛି, ତାକୁ ହିଁ ଅପେକ୍ଷା ।